ସଡ଼କ ଦୁର୍ଘଟଣାରେ ୩ ଆରଜେଡି ନେତାଙ୍କ ସମେତ ୪ ମୃତ

0

ପାଟନା : ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପଙ୍କ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିବାବେଳେ ଦୁର୍ଘଟଣାରେ ୩ ଆରଜେଡି ନେତାଙ୍କ ସମେତ ୪ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ କିଶନଗଙ୍ଗ ଜିଲାଧ୍ୟକ୍ଷ ଇନ୍ତେଖାବ ଆଲାମ ଓଫ ବବଲୁ ଅଛନ୍ତି । ଆରାରିୟା ଜିଲା ସିମରାହ ଥାନା ଅଧୀନ ପୋଠିୟା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । କିଶାନଗଞ୍ଜ ଜିଲାଧ୍ୟକ୍ଷ ଇନ୍ତେଖାବ ଆଲମଙ୍କ କାର ଏକ ଡିଭାଇଡରରେ ପିଟି ହୋଇ ଅପରପାର୍ଶ୍ବ ରାସ୍ତାକୁ ଚାଲିଯାଇ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ରେ ପିଟି ହୋଇଥିଲା । ଏହି ଦୁର୍ଘଟଣାରେ ବବଲୁଙ୍କ ସମେତ ଗାଡ଼ିରେ ବସିଥିବା ଅନ୍ୟ ୩ ଜଣ ପ୍ରାଣ ହରାଇଛନ୍ତି । ମୃତ ଅନ୍ୟ ୨ ଆରଜେଡି ନେତା ହେଲେ ପୂର୍ବତନ ମନ୍ତ୍ରୀ ଇସ୍ଲାମୁଦ୍ଧିନଙ୍କ ପୁଅ ଇକରାମୁଲ, ଦିଘଲଗଂଜ ବ୍ଲକ୍‌ ସଭାପତି ପପୁ । ସେମାନେ ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପଙ୍କ ବିବାହ ଉତ୍ସବରେ ଯୋଗଦେଇଥିଲେ । ସକାଳେ ସେମାନେ ଘରକୁ ଫେରୁଥିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ।

Leave A Reply