ଆଫଗାନରେ ଆତଙ୍କବାଦୀ ଆକ୍ରମଣ : ୪ ମୃତ, ୨୦ ଆହତ

0

କାବୁଲ : ଆଫଗାନିସ୍ତାନର ଜାଲାଲାବାଦଠାରେ ରବିବାର ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷରେ ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟୁନ୍‌ ୨୦ ଜଣ ଆହତ ହୋଇଛନ୍ତି । ନାନଗ୍ରାହାର ପ୍ରଦେଶ ରାଜ୍ୟପାଳ ଅତାହୁଲ୍ଲାହ ଖୋଗ୍ୟାନିଙ୍କ ମୁଖପାତ୍ର ସୂଚନା ଦେଇଛନ୍ତି ଯେ ଜଲାଲାବାଦଠାରେ ଥିବା ରାଜ୍ୟ ଅର୍ଥନୀତି ବିଭାଗ ଫାଟକ ନିକଟରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣରେ ନିଜକୁ ଉଡ଼ାଇ ଦେଇଥିଲା । ବିସ୍ପୋରଣ ପରେ ପଛରେ ଥିବା ଆତଙ୍କବାଦୀମାନେ ଅର୍ଥ ବିଭାଗ ବିଲ୍ଡିଂ ମଧ୍ୟକୁ ପ୍ରବେଶ କରିଥିଲେ । ଏହାପରେ ବିଲ୍ଡିଂ ମଧ୍ୟରୁ କେତେକ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ସୁରକ୍ଷା କର୍ମୀମାନେ ବିଲ୍ଡିଂକୁ ଘେରାବନ୍ଦୀ କରିନେଇଛନ୍ତି । ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏପର୍ଯ୍ୟନ୍ତ ଗୁଳି ବିନିମୟରେ ୪ ଜଣ ପ୍ରାଣ ହରାଇଛନ୍ତି ଓ ୨୦ ଜଣ ଆହତ ହୋଇଛନ୍ତି । ବିଲ୍ଡିଂରେ ୪ରୁ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ସେମାନେ ମେସିନ୍‌ ଗନରେ ପ୍ରବଳ ଗୁଳିଗୋଳା ବର୍ଷଣ କରୁଛନ୍ତି ଓ ଗ୍ରେନେଡ ମାଡ଼ କରୁଛନ୍ତି।

Leave A Reply