www.samajalive.in
Sunday, December 14, 2025
14.1 C
Bhubaneswar

ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡା ପଞ୍ଚାୟତ ମୁଦୁଳିଗୁଡା ଗ୍ରାମରେ ଓରିଙ୍ଗି ଓ ମୁଡ଼ିଲିଗୁଡ଼ା ଦେଇ ପ୍ରବାହିତ ହେଉଥିବା ନାଳରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଯୋଗ୍ୟ, ଲଗାଣ ବର୍ଷା ଯୋଗୁଁ ହଠାତ ପାହାଡ଼ରୁ ମାଡି ଆସିଥିବା ପାଣି ଓରିଙ୍ଗି ଓ ମୁଡ଼ିଲିଗୁଡ଼ା ଦେଇ ପ୍ରବାହିତ ହେଉଥିବା ନାଳରେ ବୁଧବାର ମୁଦୁଲିଗୁଡା ଗ୍ରାମର ପୁରୁଷତି ଖିଲଙ୍କ ସ୍ତ୍ରୀ ଧନେଇ ଖିଲ(୩୫) ନାଳ ପାର ହେଉଥିବା ସମୟରେ ବର୍ଷା ପାଣିରେ ଭାସି ଯାଇଥିଲେ। ମଙ୍ଗଳବାର ସକାଳ ୧୦ ଘଣ୍ଟା ସମୟରେ ଘରୁ ଖାଇ ସାରି ଚାଷ ଜମିକୁ ଘାସ ବାଛିବାକୁ ଯାଇଥିଲେ । ଦିନ ଦ୍ବିପ୍ରହର ସମୟରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ସେ ଘରକୁ ନ ଫେରିବା ଯୋଗୁଁ ତାଙ୍କ ସ୍ୱାମୀ ଓ ଗାଁ ଲୋକ ମିଶି ନିକଟସ୍ଥ ନାଳରେ ଯାଇ ଖୋଜା ଖୋଜି କରିଥିଲେ ଓ ନାଳରେ ହଠାତ ବର୍ଷା ପାଣି ଆସିଥିବାରୁ ସେ ଭାସି ଯିବାର ଜଣାପଡିଥିଲା । ଗାଁ ଲୋକ କିଛି ସମୟ ଖୋଜା ଖୋଜି କରିବା ପରେ ଦିନ ୩ ଟାରୁ ୪ଟା ସମୟରେ ନାଳରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories