www.samajalive.in
Sunday, December 14, 2025
14.1 C
Bhubaneswar

ଚିକିତ୍ସାରେ ବାଧକ ସାଜିଛି ଅର୍ଥ, ସାହାଯ୍ୟ ପାଇଁ ମନ୍ତ୍ରୀଙ୍କ ନିକଟରେ ଗୁହାରୀ କଲେ ପିତା

ବେଲଗାଁ: ଯେଉଁ ବୟସରେ କୁନି କୁନି ପାଦରେ ଚାଲି ଶିଖିବା କଥା ସେହି ବୟସରେ ଚାଲିବା ତ ଦୂରର କଥା ବିଛଣାରୁ ଉଠି ପାରୁନି ୨ ବର୍ଷର କୋମଳମତି ଶିଶୁ। ଦୁନିଆକୁ ବୁଝିବା ଆଗରୁ ଅସାଧ୍ୟ ରୋଗର ଯନ୍ତ୍ରଣାରେ ଦିନ ରାତି ଛଟପଟ ହୋଇ କାନ୍ଦୁଛି ଏହି କୋମଳମତି ଶିଶୁଟି।  ଘଟଣାଟି ହେଉଛି ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଟିକ୍ରାପଡା ଗ୍ରାମର। ଏହି ଗ୍ରାମର ୨ ବର୍ଷର ଶିଶୁ ଅସାଧ୍ୟ ରୋଗରେ ପଡି ଯମ ଯନ୍ତ୍ରଣାରେ ଛଟପଟ ହେଉଥିବା ଆଲୋଚନାର ବିଷୟ ହୋଇଛି। ଶିଶୁଟିର ବୟସ ୧୦ ମାସର ହୋଇଥିବା ବେଳେ ମା ଲିଭର ଜନିତ ରୋଗରେ ଆଖି ବୁଜି ଥିଲେ। ଘରେ ବୃଦ୍ଧା ଆଈ ଏବଂ ପିତା ଏହାର ଲାଳନ ପାଳନ କରୁଥିବା ବେଳେ ଅର୍ଥ ଅଭାବରୁ ଉପଯୁକ୍ତ ଚିକିତ୍ସା  ଯୋଗାଇ ପାରୁନାହାନ୍ତି। ଶିଶୁଟିର ବେକ ମୋଡି ହୋଇଯାଇଥିବା ବେଳେ ସର୍ବଦା ଛଟପଟ ହୋଇ କାନ୍ଦୁଛି। ଖୁବ କମ ସମୟ ଶିଶୁଟିକୁ ନିଦ ହେଉଛି। ଏଥିପାଇଁ ବୃଦ୍ଧା ଆଇ ଏବଂ ପିତା ରାତି ଦିନ ଉଜାଗର ରହି ପୁଅକୁ ଜଗି ବସୁଛନ୍ତି। ପୁଅକୁ କଟକ ଶିଶୁ ଭବନ ଏବଂ ରାୟପୁର ଏମ୍ସକୁ ନେଇ ନିରାଶ ହୋଇ ଫେରିଛନ୍ତି ପିତା। ରାଜ୍ୟ ସରକାରଙ୍କ ସାହାଯ୍ୟ ଓ ସହଯୋଗ ଫଳରେ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ଚିକିତ୍ସା ପରି ସମ୍ପ୍ରତି ଆଧୂନିକ ଚିକିତ୍ସା ପଦ୍ଧତିରେ ଅନେକ କିଛି ସମ୍ଭବ ହେଉଥିବା ବେଳେ ଏହି ଶିଶୁଟିର ଚିକିତ୍ସା ପାଇଁ ଅର୍ଥ ଅନ୍ତରାୟ ସାଜୁଥିବା ଗ୍ରାମବାସୀ କହିଛନ୍ତି। ଏନେଇ ମଙ୍ଗଳବାର ସମ୍ପୃକ୍ତ ଅଞ୍ଚଳ ଗସ୍ତରେ ଯାଇଥିବା ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ନିଜ ପୁଅକୁ ଧରି ପିତା ଚିକିତ୍ସାରେ ସାହାଯ୍ୟ କରିବା ପାଇଁ ଗୁହାରି କରିଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories