www.samajalive.in
Monday, December 8, 2025
14.1 C
Bhubaneswar

ବୁଲିବାକୁ ଯାଆନ୍ତୁ ଐତିହାସିକ ରାୟଗଡ଼ କିଲ୍ଲା

ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ମହାଡ଼ୀ ପାହାଡ଼ରେ ନିର୍ମିତ ହୋଇଛି ପ୍ରସିଦ୍ଧ ରାୟଗଡ଼ କିଲା। ଯାହା ସମୁଦ୍ର ଠାରୁ ୮୨୦ ମିଟର ଉଚ୍ଚତାରେ ଅବସ୍ଥିତ। ଏହା ଛତ୍ରପତି ଶିବାଜୀ ମହାରାଜାଙ୍କ ଦ୍ୱାରା ନିର୍ମିିତ ସୁନ୍ଦର କିଲା ମାନଙ୍କ ମଧ୍ୟରୁ ଗୋଟିଏ। ରାଜାଙ୍କର ରାଜାଭିଷେକ ମଧ୍ୟ ଏଠାରେ ହୋଇଥିଲା। ଏହି କିଲାକୁ ପହଞ୍ଚିବାକୁ ୧୭୩୭ ପାହାଚ ରହିଛି। ଏବେ କିନ୍ତୁ ଏଠାରେ ରୋପୱେର ବ୍ୟବହାର କରାଯାଉଛି। ଏଥିରେ ଗଲେ ୨୦ ରୁ ୩୦ ମିନିଟ ମଧ୍ୟରେ କିଲାର ଶିଖରରେ ପହଞ୍ଚି ହେବ।
କିଲାର ଇତିହାସ –
ଏହି କିଲାର ପୁରୁଣା ନାମ ରାୟରୀ ଥିଲା। ୧୬୫୬ରେ ଏହା ଶିବାଜୀଙ୍କ ଅଧିନକୁ ଆସିବା ପରେ ସେ ଏହାକୁ ପୁର୍ନବାର ତିଆରି କଲେ। ଏହାପରେ ଏହାର ନାମ ରାୟଗଡ଼ ରଖାଗଲା।
କିଲାର ନିର୍ମାଣ –
ଏହା ପର୍ଯ୍ୟଟକ ମାନଙ୍କ ପାଇଁ ଉକୃଷ୍ଟ ତଥା ପ୍ରିୟ ସ୍ଥାନ ଅଟେ। ଏହାକୁ ଏକ ଧାର୍ମିକ ସ୍ଥଳ ମଧ୍ୟ କୁହାଯାଏ କାରଣ ଏଠାରେ ଶିବାଜୀଙ୍କ ସମାଧି ରହିଛି। ମୁଖ୍ୟ ମହଲ ସଂପୂର୍ଣ୍ଣ କାଠରେ ନିର୍ମିତ ହୋଇଛି। ଏହି କିଲାର ଉଚ୍ଚ ଶିଖରର ଶେଷ ଭାଗ ପ୍ରାୟ ୬୦୦ ଫୁଟ ଅଟେ। ଏଠାକୁ ଯିବା ପାଇଁ ଏକ ବଡ଼ ଦରଜା ଦେଇ ଯିବାକୁ ପଡ଼ିଥାଏ। ୧୩୫୬ ମିଟର ଉଚ୍ଚା ଏହା ଭାରତର ଉଚ୍ଚ କିଲା ମାନଙ୍କୁ ମଧ୍ୟରୁ ଏକ ଅଟେ। ଏହି କିଲା ଭିତରେ ବଜାର ମଧ୍ୟ ରହିଛି। ଯେଉଁଠି  ପର୍ଯ୍ୟଟକମାନେ ନିଜର ଆବଶ୍ୟକ ସାମଗ୍ରୀ କିଣି ପାରିବେ। ଏହାର ନିକଟରେ ଗଙ୍ଗା ସାଗର ନାମକ ଏକ ଝରଣା ବହୁଛି, ଯାହା ଏହି କିଲାର ସୌନ୍ଦର୍ଯ୍ୟକୁ ୨ ଗୁଣିତ କରି ଦେଉଛି।
କେଉଁ ସମୟରେ ଯିବେ – ଅକ୍ଟୋବର ରୁ ମାର୍ଚ୍ଚ ଏଠାକୁ ଯିବା ପାଇଁ ଉପଯୁକ୍ତ ଅଟେ। ମାତ୍ର ବର୍ଷର ସବୁ ସମୟରେ ଏଠାକୁ ପର୍ଯ୍ୟଟକ ଆସିଥାଆନ୍ତି।
ଗମନାଗମନ ଦୃଷ୍ଟିରୁ – ଏଠାକୁ ଯିବା ପାଇଁ ନିକଟତର ବିମାନବନ୍ଦର ମୁମ୍ବାଇ। ସେଠାରୁ ଏଠାକୁ ଯିବା ପାଇଁ ଅନ୍ୟ ଯାନର ସୁବିଧା ରହିଛି।
ବୀର ରେଳ ଷ୍ଟେସନ ଏହାର ନିକଟତର ଷ୍ଟେସନ ଅଟେ। ସେଠାରୁ ରାୟଗଡ଼ର ଦୂରତା ୩୦ କିଲୋମିଟର।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories