www.samajalive.in
Monday, December 15, 2025
26.1 C
Bhubaneswar

ଦିଲ୍ଲୀ ଘୋଷଣାନାମା ସହ ଶେଷ ହେଲା କୋପ – ୧୪ ସମ୍ମିଳନୀ

ନୂଆଦିଲ୍ଲୀ: ଦିଲ୍ଲୀ ଘୋଷଣାନାମା ଗ୍ରହଣ ସହ ଜାତିସଂଘ କନ୍‍ଫରେନ୍ସ ଅଫ୍‍ ପାର୍ଟିଜ୍‍ର ଚତୁର୍ଦ୍ଦଶ ସମ୍ମିଳନୀ ଶେଷ ହୋଇଛି। ଗତ ୧୨ ଦିନ ଗ୍ରେଟର ନଏଡାରେ ଚାଲିଥିବା କୋପ – ୧୪ ସମ୍ମିଳନୀରେ ସାରା ବିଶ୍ୱରୁ ୯ ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ଜାଭଡେକର କହିଛନ୍ତି, ଭାରତ ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ଉପରେ ଫଳପ୍ରଦ ଭାବେ କାମ କରୁଛି। ଅଧିକରୁ ଅଧିକ ପତିତ ଜମି ଉଦ୍ଧାର ପାଇଁ ଭାରତର ପ୍ରତିଶ୍ରୁତିବଦ୍ଧତାକୁ ସେ ଦୋହରାଇଛନ୍ତି।

ଏହି ଅବସରରେ ଅନ୍‍କାଡ୍‍ର କାର୍ଯ୍ୟନିର୍ବାହୀ ସଚିବ ଇବ୍ରାହିମ୍‍ ଥିୟ କହିଛନ୍ତି, ମରୁଡ଼ି ସମସ୍ୟାର ସମାଧାନ ପାଇଁ ଏହି ଚତୁର୍ଦ୍ଦଶ ସମ୍ମିଳନୀରେ ସମସ୍ତେ ସଚେତନ ହେବା ଅତି ଆନନ୍ଦର ବିଷୟ। ଏହି ସମ୍ମିଳନୀରେ ଭାରତ ୨୦୩୦ ମସିହା ସୁଦ୍ଧା ୨୬ ନିୟୁତ ହେକ୍ଟର ପତିତ ଜମି ଉଦ୍ଧାର ପାଇଁ ତାର ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories