ଭାଦ୍ରବ ମାସର ପୂର୍ଣ୍ଣିମାର ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ୱ ରହିଛି। ଏହି ଦିନରେ ଭଗବାନ ବିଷ୍ଣୁଙ୍କର ସତ୍ୟନାରାୟଣ ରୂପର ପୂଜାର ବିଧାନ ରହିଛି, ନାରଦ ପୁରାଣରେ ଏହି ଦିନରେ ଉମା-ମହେଶ୍ୱରଙ୍କ ବ୍ରତ ରଖିବାର ମହତ୍ତ୍ୱ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି।
ଧାର୍ମିକ ମାନ୍ୟତା ଅନୁଯାୟୀ, ଭଗବାନ ବିଷ୍ଣୁ ମଧ୍ୟ ଉମା-ମହେଶ୍ୱରଙ୍କ ବ୍ରତ ରଖିଥିଲେ। ଏହାସହ ଏହି ପୂର୍ଣ୍ଣିମା ଦିନ ପିତୃପକ୍ଷର ପ୍ରାରମ୍ଭ ହେଉଥିବାରୁ ଏହାର ମହତ୍ତ୍ୱ ମଧ୍ୟ ଅଧିକ। ଭଗବାନ ସତ୍ୟନାରାୟଣଙ୍କ ଉପାସନା ପାଇଁ ଏହି ଦିନଟି ସର୍ବୋତ୍ତମ ଅଟେ। ଚଳିତ ବର୍ଷ ୧୩ ସେପ୍ଟେମ୍ବର ଅର୍ଥାତ ଆଜି ହେଉଛି ଏହି ପୂର୍ଣ୍ଣିମା।
ବ୍ରତ ବିଧି –
ଏହି ବ୍ରତ କରୁଥିବା ମହିଳା ଓ ପୁରୁଷ ପ୍ରାତଃ କାଳରେ ସ୍ନାନ କରିବା ଉଚିତ। ଏହାପରେ ଏକ ହଳଦିଆ କିମ୍ବା ଲାଲ ବସ୍ତ୍ର ଏକ କାଠରେ ନିର୍ମିତ ବସ୍ତୁ ଉପରେ ବିଛାଇ ପ୍ରଭୁ ସତ୍ୟନାରାୟଣଙ୍କ ଫଟୋ ସ୍ଥାପନ କରି ପୂଜାର୍ଚ୍ଚନା କରନ୍ତୁ। ପୂଜା କରି ସତ୍ୟନାରାୟଣ କଥା ପାଠ କରି ଆଳତୀ କରି ଭୋଗ ବାଣ୍ଟି ଦିଅନ୍ତୁ। ଦିନଯାକ ଉପବାସ ରଖନ୍ତୁ।
ଭଗବାନ ବିଷ୍ଣୁଙ୍କର ସତ୍ୟନାରାୟଣ କଥାର ଖୁବ ମହତ୍ତ୍ୱ ରହିଛି। ସ୍କନ୍ଧ ପୁରାଣ ଅନୁଯାୟୀ, ସତ୍ୟର ପାଳନ ନ କଲେ ବହୁ ସମସ୍ୟାର ସୃଷ୍ଟି ହୋଇଥାଏ। ତେଣୁ ନିଜ ଜୀବନରେ ସତ୍ୟକୁ ନିଷ୍ଠାର ସହ ପାଳନ କରିବା ଉଚିତ। ଏହାଦ୍ୱାରା ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ଏହି ବ୍ରତ କରିବା ଦ୍ୱାରା ପ୍ରଭୁ ବିଷ୍ଣଙ୍କ କୃପାରୁ ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ।
ଆର୍ଥିକ କ୍ଷେତ୍ରରେ ବିଶେଷ ଲାଭ ମିଳିଥାଏ।
ସମସ୍ତ ମନସ୍କାମନା ପୂରଣ ହୋଇଥାଏ।
ଏହି ବ୍ରତ କରିବା ଦ୍ୱାରା ବିବାହରେ ବିଳମ୍ବ ହେଉଥିବା କନ୍ୟା ଓ ଯୁବକଙ୍କର ଶୀଘ୍ର ବିବାହ ହୋଇଥାଏ।
ଭଗବାନ ବିଷ୍ଣୁ ମଧ୍ୟ ପାଳନ କରିଥିଲେ ଆଜି ଦିନରେ ବ୍ରତ , ଜାଣନ୍ତୁ ଏହାର ମହତ୍ତ୍ୱ
Popular Categories



