ଲକ୍ଷ୍ମୀପୁର: କୋରାପୁଟ ଜିଲା ସୀମାନ୍ତବର୍ତ୍ତୀ ରାୟଗଡା ଜିଲାର କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କାରେ ଦୁଇ ଜଣ ଆଦିବାସୀ ଯୁବକଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ଟୁଡୁଆଲେଲେର ଗ୍ରାମର ମଣି ସାହୁ ପ୍ରେପେକା ଏବଂ ସାନ ମୀନାପାଈ ଗ୍ରାମର ବିକାଶ ମିଣିଆକା ।
ସୂଚନାଯୋଗ୍ୟ, ଉଭୟେ କୁଟିଳି ଗ୍ରାମକୁ ଟଙ୍କିକିଆ ଚାଉଳ ନେବାକୁ ଚାଲି ଚାଲି ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟାଇଥିବା ଗାଡ଼ିର ପତ୍ତା ମିଳି ନାହିଁ। ଘଟଣାସ୍ଥଳରେ ପରିବାର ଲୋକଙ୍କ ସହିତ ଗ୍ରାମବାସୀ ପହଞ୍ଚିଛନ୍ତି । ଖବରପାଇ ଘଟଣାସ୍ଥଳକୁ ସ୍ଥାନୀୟ ପୁଲିସ ଯାଉଥିବା ବେଳେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି ।



