www.samajalive.in
Sunday, December 7, 2025
14.1 C
Bhubaneswar

ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ ପ୍ରିୟଙ୍କା; କହିଲେ ଚିନ୍ମୟାନନ୍ଦ ବିଜେପି ନେତା ହୋଇଥିବାରୁ ପୁଲିସ ଚୁପ୍‌ ରହିଛି

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ସାଂସଦ ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆସିବା ପରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି। ଏହା ସହିତ ଚିନ୍ମୟାନନ୍ଦ ବିଜେପି ନେତା ହୋଇଥିବାରୁ ପୁଲିସ ଚୁପ୍‌ ରହିଛି କି ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି।

ପ୍ରିୟଙ୍କା ଟ୍ବିଟ୍‌ କରି କହିଛନ୍ତି, ଉତ୍ତର ପ୍ରଦେଶର ବିଜେପି ସରକାର ନିଜର କାର୍ଯ୍ୟକଳାପରୁ ସ୍ପଷ୍ଟ କରିଦେଇଛି ଯେ ମହିଳା ସୁରକ୍ଷା ଉପରେ ତାହାର କୌଣସି ଧ୍ୟନ ନାହିଁ। ଚିନ୍ମୟାନନ୍ଦଙ୍କ ବିରୋଧରେ ଅଭିଯୋଗ କରିଥିବା ଛାତ୍ରୀ ସୁରକ୍ଷା ପାଇଁ ୨ୟ ଥର ଲାଗି ଗଣମାଧ୍ୟମରେ ନିବେଦନ କରିବାକୁ ପଡ଼ିଛି। ପ୍ରକୃତରେ ଉତ୍ତର ପ୍ରଦେଶ ପୁଲିସ କ’ଣ ପାଇଁ ଚୁପ୍‌ ରହିଛି ? କାରଣ ଅଭିଯୁକ୍ତଙ୍କ ସମ୍ପର୍କ ବିଜେପି ସହ ଅଛି ବୋଲି କି ସେ ପ୍ରଶ୍ନ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ଜଣେ ଛାତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ବଳାତ୍କାର ଅଭିଯୋଗ କରିଛନ୍ତି। ସେ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ଉତ୍ତର ପ୍ରଦେଶ ପୁଲିସ ପ୍ରାଥମିକ ଏତଲା ରୁଜୁ କରି ନ ଥିବାବେଳେ ଅଭିଯୁକ୍ତକୁ ମଧ୍ୟ ପଚରାଉଚରା କରିନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories