www.samajalive.in
Monday, December 15, 2025
16.1 C
Bhubaneswar

ମୁଜାଫରପୁର ଆଶ୍ରୟଗୃହ ମାମଲା: ୮ ଅନ୍ତେବାସିନୀଙ୍କୁ ପରିବାର ସହ ପୁର୍ନମିଳିନ ନିର୍ଦେଶ

ନୂଆଦିଲ୍ଲୀ : ମୁଜାଫରପୁର ଆଶ୍ରୟଗୃହର ମୋଟ ୪୪ ଅନ୍ତେବାସିନୀଙ୍କ ମଧ୍ୟରୁ ୮ ଜଣଙ୍କୁ ସେମାନଙ୍କ ପରିବାର ସହିତ ପୁର୍ନମିଳିନ କରାଇବା ଲାଗି ସୁପ୍ରିମକୋର୍ଟ ଗୁରୁବାର ବିହାର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏମାନଙ୍କୁ ନିଜନିଜ ପରିବାର ନିକଟକୁ ପଠାଯାଇପାରିବ ବୋଲି ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (ଟିସ) କୋଶିସ ଦେଇଥିବା ରିପୋର୍ଟକୁ ଭିତ୍ତି କରି ସର୍ବୋଚ୍ଚ ଅଦାଲତ ଏହି ନିର୍ଦେଶ ଦେଇଛନ୍ତି।

ଅନ୍ତେବାସିନୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ ବିଚାରପତି ଏନ. ଭି. ରମଣା, ମୋହନ ଏମ. ସନାତନଗଉହ ଏବଂ ଅଜୟ ରସ୍ତୋଗିଙ୍କ ପୀଠ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଅନ୍ତେବାସିନୀଙ୍କୁ ଆର୍ଥିକ, ଶିକ୍ଷାଗତ, ସ୍ବାସ୍ଥ୍ୟଗତ ତଥା ମାନସିକ ଭାବେ ସହଯୋଗ କରିବା ଲାଗି ପ୍ରସ୍ତୁତ ବୋଲି ବିହାର ସରକାର କୋର୍ଟଙ୍କୁ ଅବଗତ କରିଛନ୍ତି। ୨୦୧୮ରେ ଟିସ ବିହାରର ଏକ ଆଶ୍ରୟଗୃହରେ ନାବାଳିକାଙ୍କୁ ଯୌନନିର୍ଯାତନା ଘଟଣାର ପର୍ଦାଫାଶ କରିଥିଲା। ଏମାନଙ୍କ ମଧ୍ୟରୁ ୩୦ ଜଣ ନାବାଳିକା ଯୌନନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହେବା ପରେ ଟିସର ରିପୋର୍ଟକୁ ଭିତ୍ତି କରି ଏକ ଏଫଆଇଆର ରୁଜୁ କରାଯାଇଥିଲା। ଏହି ଅନ୍ତେବାସିନୀ ତଥା ସେମାନଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରି ସେମାନଙ୍କୁ ପରିବାର ନିକଟକୁ ପଠାଇବାର ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ ଟିସକୁ ଅନୁମତି ଦେଇଥିଲେ। ମୋଟ ୪୪ ଅନ୍ତେବାସିନୀଙ୍କ ମଧ୍ୟରୁ କେବଳ ୮ ଜଣ ସେମାନଙ୍କ ପରିବାର ନିକଟକୁ ଫେରିବାକୁ ସକ୍ଷମ ବୋଲି ଟିସ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିଥିଲା। ଏମାନଙ୍କ ମଧ୍ୟରୁ କେତେକ ଭିନ୍ନକ୍ଷମ ବୋଲି ଜଣାପଡିଛି। ସମ୍ପ୍ରତି ସମସ୍ତ ଅନ୍ତେବାସିନୀଙ୍କୁ ବିଭିନ୍ନ ଚାଇଲ୍ଡ କେୟାର କେନ୍ଦ୍ରରେ ରଖାଯାଇଛି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories