ସକାଳ @୯ ମୁଖ୍ୟ ଖବର
(୧) ପ୍ରକାଶ ପାଇଲା ନିଟ୍ ପରୀକ୍ଷାଫଳ… ଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ବାଜି ମାରିଲେ ରାଜସ୍ଥାନ ଝିଅ… ଅଲ ଇଣ୍ଡିଆରେ ଟପ୍ପର ହେଲେ ତନିସ୍କା…ଟପ୍ ୫୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଶାରୁ ପ୍ରିୟ ସୋମଦତ୍ତ ନାୟକ ଟପ୍ପର…
(୨) ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ନେଇପାରେ ଲଘୁଚାପ ରୂପ… ପ୍ରଭାବରେ ରାଜ୍ୟରେ ଆଜିଠାରୁ ବର୍ଷା ସମ୍ଭାବନା… ଲଗାତର ଦୁଇଦିନ ଧରି ଭିଜିବ ଓଡ଼ିଶା… ୧୧ଜିଲ୍ଲାରେ ବର୍ଷା ହେବା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…
କୁକୁର ଚଢ଼ୁଛି ଲହା ଶିଡ଼ି; ଦେଖନ୍ତୁ ଭିଡିଓ
(୩) ଚଳିତ ସପ୍ତାହର ଶେଷସୁଦ୍ଧା ପ୍ରକାଶ ପାଇବ ଓସିଏସ୍ ୨୦୨୦ ପରୀକ୍ଷାଫଳ… ଓଡ଼ିଶା ସିଭିଲ୍ ସର୍ଭିସେସ୍ ଫଳ ପ୍ରକାଶ ପାଇବା ନେଇ ସୂଚନା ଦେଲେ ଲୋକସେବା ଆୟୋଗ ଅଧ୍ୟକ୍ଷ… ସେପ୍ଟେମ୍ବର ତୃତୀୟ ସପ୍ତାହରୁ ଆରମ୍ଭ ହେବ ଓସିଏସ୍ ସାକ୍ଷାତକାର ପରୀକ୍ଷା… ଏନେଇ ଓଡ଼ିଶା ଲୋକସେବା ଆୟୋଗର ୱେବ୍ ସାଇଟ୍ରେ ଉପଲବ୍ଧ ହେବ ସୂଚନା…
(୪) କ୍ୟାବିନେଟ୍ ବୈଠକରେ ପିଏମଶ୍ରୀ ଯୋଜନାକୁ ମିଳିଲା ମଞ୍ଜୁରୀ… ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ ଯୋଜନାରେ ହେବ ବିଦ୍ୟାଳୟର ଉନ୍ନତିକରଣ… ଛାତ୍ରଛାତ୍ରୀଙ୍କ ପାଇଁ କରାଯାଇବ ସ୍ୱତନ୍ତ୍ର ବ୍ୟବସ୍ଥା… ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ….
(୫) ସକାଳୁ ସକାଳୁ ଥରିଲା ଜମ୍ମୁ-କାଶ୍ମୀର… କଟ୍ରାରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ… ୭ଟା ୫୨ ମିନିଟ୍ରେ ଭୂମିକମ୍ପ ହୋଇଥିବା ସୂଚନା… ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା କରାଯାଉଛି ଅନୁମାନ…
Comments are closed.