ସକାଳ @୯ ମୁଖ୍ୟ ଖବର
(୧) ବିଷାକ୍ତ ଖାଦ୍ୟ ନେଲା ୩ ଜୀବନ… ଗୋଟିଏ ପରିବାରର ପୁଅ-ଝିଅଙ୍କ ପରେ ମା’ର ମୃତ୍ୟୁ.. ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବାପା… ବଡ଼ମ୍ବା ଅଭିମାନପୁର ପଞ୍ଚାୟତ ବୀରବରପୁର ଗାଁର ଘଟଣା… ଗତକାଲି ବାସି ଖାଦ୍ୟ ଖାଇବା ପରେ ସମସ୍ତେ ହୋଇପଡ଼ିଥିଲେ ଅସୁସ୍ଥ…
(୨) ଦୁର୍ବଳ ହୋଇଛି ମୌସୁମୀ… ରାଜ୍ୟରେ ଆହୁରି ୨୪ ଘଣ୍ଟା ଗୁଳୁଗୁଳି… ଗତ ୨୪ ଘଣ୍ଟାରେ ୩୬ ଡିଗ୍ରୀ ଟପିଲା ୯ଟି ସହର… ସୋନପୁର ଓ ଚାନ୍ଦବାଲିରେ ସର୍ବାଧିକ ୩୬.୭ ଡିଗ୍ରୀ ରେକର୍ଡ… ଭୁବନେଶ୍ୱର ଓ କଟକରେ ମଧ୍ୟ ତାପମାତ୍ରା ରହିଛି ୩୬.୬ ଡିଗ୍ରୀ…
ଅଧିକ ପଢନ୍ତୁ- ଜଙ୍ଗଲ ରାସ୍ତାରେ ବାଘ-ଷଣ୍ଢ ; କିଏ ଜିତିଲା ବାଜି ?
(୩) ପାରାଦୀପରେ ପୁଣି ଲଜ୍ଜା… ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ… ଘଟଣାରେ ଜଣେ ଅଭିଯୁକ୍ତକୁ ଅଟକ ରଖିଛି ପରାଦୀପ ଲକ୍ ଥାନା ପୁଲିସ… ଗଣେଶ ପୂଜା ପାଇଁ ନାବାଳିକା ଜଣକ ମାମୁ ଘରକୁ ଯିବା ବେଳେ ଅପହଣ କରିଥିଲେ ଦୁର୍ବୃତ୍ତ…
(୪) ଜୟପୁର-ଉମରକୋଟ ରାସ୍ତାର ଧଡ୍ରା ବ୍ରିଜ୍ ନିକଟରେ ଅଘଟଣ… ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା କଣ୍ଟେନର… ଡ୍ରାଇଭର, ହେଲପର ଗୁରୁତର… ଉଭୟଙ୍କୁ ଉଦ୍ଧାର ପରେ ଡାକ୍ତରଖାନାରେ ଭର୍ତ୍ତି… ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ତଦନ୍ତ କରୁଛି ପୁଲିସ…
(୫) ଅଲୋଡ଼ା ହେଉଛି ଧଳା ସୁନା… କପାର ଅଭାବୀ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ… ମଣ୍ଡି ଅଭାବରୁ ଚାଷୀ ପାଉନି ତାର ଝାଳବୁହା ପରିଶ୍ରମର ପାଉଣା… ଅଭାବୀ ବିକ୍ରିକୁ ନେଇ ମାଲାମାଲ ହେଉଛନ୍ତି ଦଲାଲ… ବୌଦ୍ଧରେ କପାମଣ୍ଡି ଖେରିବାକୁ ଜିଲ୍ଲା ପ୍ରଶାସନକୁ ଦାବି ଜଣାଇଲେ ଚାଷୀ….
Comments are closed.