ସକାଳ @୯ ମୁଖ୍ୟ ଖବର
(୧) ଭୋଟ ଦେଉଛି ଧାମନଗର… ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ… ସଂଧ୍ୟା ୬ଟା ଯାଏଁ ପଡ଼ିବ ଭୋଟ୍… ମତଦାନ ପାଇଁ ମୋଟ୍ ୨୫୨ଟି ବୁଥର ବ୍ୟବସ୍ଥା… ୧୧୦ଟି ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବେ ଘୋଷଣା… ୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଧାମନଗରର ୨ଲକ୍ଷ ୩୮ ହଜାର ଭୋଟର… ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ପୁଲିସ…
(୨) ୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଆଜି ପଡ଼ୁଛି ଭୋଟ୍… ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ… ସଂଧ୍ୟା ୬ଟା ଯାଏଁ ଜାରି ରହିବ ଭୋଟିଂ… ମହାରାଷ୍ଟ୍ର, ହରିୟାଣା, ବିହାର, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ଓଡ଼ିଶାରେ ହେଉଛି ଉପନିର୍ବାଚନ… ୭ ଆସନ ପାଇଁ ମୈଦାନରେ ରହିଛନ୍ତି ୪୭ ପ୍ରାର୍ଥୀ… ଭୋଟର କରୁଛନ୍ତି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ…
(୩) ଆଜି ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିବ ବିଗୁଲ… ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଘୋଷଣା ହେବ ତାରିଖ… ମଧ୍ୟାହ୍ନ ୧୨ଟାରେ ହେବ ସାମ୍ବାଦିକ ସମ୍ମିଳନୀ… ଦୁଇଟି ପର୍ଯ୍ୟାୟରେ ହୋଇପାରେ ଗୁଜୁରାଟରେ ନିର୍ବାଚନ… ଘୋଷଣା କରିବେ ଭାରତୀୟ ନିର୍ବାଚନ କମିଶନ…
(୪) ରାଜ୍ୟରେ ସରୁନି ଦାଦନ ଦୁଃଖ… ଉଦ୍ଧାର ହେଲେ ଆଉ ୫୨ ଦାଦନ ଶ୍ରମିକ… କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କଲା ପୁଲିସ… ହାଇଦ୍ରାବାଦ ଚାଲାଣ ପାଇଁ ଉଦ୍ୟମ ହେଉଥିବା ବେଳେ ଧରିଲା ପୁଲିସ… ଘଟଣାରେ ଜଣେ ଦଲାଲ ଅଟକ… ଅନ୍ୟ ଜଣେ ଫେରାର… ଅଟକ ଦଲାଲକୁ ପଚରାଉଚରା କରୁଛି ପୁଲିସ…
(୫) ୨ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ… ୧୦ ତାରିଖ ପୂର୍ବାହ୍ନରେ ପହଞ୍ଚିବେ ଭୁବନେଶ୍ୱର… ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ… ରାଜଧାନୀର କିଛି ବିଦ୍ୟାଳୟ କରିବେ ପରିଦର୍ଶନ… ପରେ ବିବିଧ ଭାରତୀୟ ଭାଷାରେ ଜ୍ଞାନ ପୋର୍ଟାଲ୍ ‘ଇ-କୁମ୍ଭ’ର ହେବ ଉନ୍ମୋଚନ…
(୬) ଇଡି ଖୋଲିବ ନାଗ ପେଡ଼ି… ଫିଟିବ ଲେଡି ବ୍ଲାକମେଲର ମାମଲାର ଗୁମର… ଘଟଣାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦେଶାଳୟ… ୪ ଜଣଙ୍କ ନାଁରେ ମାମଲା ରୁଜୁ… ପ୍ରଥମ ପର୍ଯ୍ୟାୟର ଅଭିଯୁକ୍ତ ତାଲିକାରେ ରହିଛନ୍ତି ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦ… ଖଗେଶ୍ବର ସାହୁ ଏବଂ ଶ୍ରଦ୍ଧାଞ୍ଜଳିଙ୍କୁ ମଧ୍ୟ ଘନଘନ ଜେରା କରିବ ଇଡି…
Comments are closed.