www.samajalive.in
Saturday, December 13, 2025
14.1 C
Bhubaneswar

ଆଜି ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିବ ବିଗୁଲ; ମଧ୍ୟାହ୍ନ ୧୨ଟାରେ ହେବ ତାରିଖ ଘୋଷଣା

ନୂଆଦିଲ୍ଲୀ: ଆଜି ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିବ ବିଗୁଲ । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଧାନସଭା ନିର୍ବାଚନ ହେବା ନେଇ ତାରିଖ ଘୋଷଣା କରାଯିବ । ମଧ୍ୟାହ୍ନ ୧୨ଟାରେ ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ମିଳିଥିବା ସୂଚନା ଅନୁସାରେ ଦୁଇଟି ପର୍ଯ୍ୟାୟରେ ଗୁଜୁରାଟରେ ନିର୍ବାଚନ ହୋଇପାରେ । ଡିସେମ୍ବର ପ୍ରଥମ ସପ୍ତାହରେ ମତଦାନ ହୋଇପାରେ ବୋଲି ସୂଚନା ମିଳିଛି । ଏନେଇ ଆଜି ସମ୍ବାଦିକ ସମ୍ମିଳନୀରେ ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିବେ ।

ସୂଚନା ଥାଉକି, ଗତଥର ମଧ୍ୟ ଗୁଜୁରାଟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯାଇଥିଲା । ୨୦୧୭ ଅକ୍ଟୋବର ୨୫ ତାରିଖରେ ନିର୍ବାଚନ ହେବା ନେଇ ତାରିଖ ଘୋଷଣା ହୋଇଥିଲା । ୧୪ ନଭେମ୍ବର ୨୦୧୭ରେ ପ୍ରଥମ ପର୍ଯ୍ୟାୟ ଓ ୨୦ ନଭେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।  ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନ ନାଇଁ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୯୩ଟି ଆସନରେ ମତଦାନ କରାଯାଇଥିଲା । ସେହିପରି ଡିସେମ୍ବର ୯ ତରିଖରେ ପ୍ରଥମ ପର୍ଯ୍ୟାୟରେ ଫଳାଫଳ ପ୍ରକାଶ ପାଇଥିଲା । ଡିସେମ୍ବର ୧୪ରେ ଦ୍ୱିତୀୟ ପର୍ଯ୍ୟୟ ପାଇଁ ଫଳାଫଳା ଘୋ​‌ଷଣା କରାଯାଇଥିଲା ।

Hot this week

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

Related Articles

Popular Categories