www.samajalive.in
Thursday, December 11, 2025
26.1 C
Bhubaneswar

୬ ରାଜ୍ୟରେ ହେଉଛି ଉପନିର୍ବାଚନ; ୭ ବିଧାନସଭା ଆସନ ପାଇଁ ନେତା ବାଛୁଛନ୍ତି ଜନତା

ନୂଆଦିଲ୍ଲୀ: ୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଆଜି ଉପନିର୍ବାଚନ ହେଉଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ, ସଂଧ୍ୟା ୬ଟା ଯାଏଁ ଭୋଟିଂ ଜରି ରହିବ । ବିହାର, ମହାରାଷ୍ଟ୍ର, ହରିୟାଣା, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ଓଡ଼ିଶାରେ ଉପନିର୍ବାଚନ ହେଉଛି । ଏହି ୬ ରାଜ୍ୟରେ ହେଉଥିବା ଉପନିର୍ବାଚନରେ ବିଜେପି ଓ ଆଞ୍ଚଳିକ ଦଳ ଗୁଡ଼ିକ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ୭ ଆସନ ପାଇଁ ମୈଦାନରେ ରହିଛନ୍ତି ୪୭ଜଣ ପ୍ରାର୍ଥୀ ।

ଏକା ବେଳେ ବିହାରର ଦୁଇଟି ବିଧାନସଭା ଆସନ ମୋକାମା ଏବଂ ଗୋପାଳଗଞ୍ଜ ଆସନରେ ନିର୍ବାଚନ ହେଉଛି । ସେହିପରି ମହାରାଷ୍ଟ୍ରର ଆନ୍ଧେରି (ପୂର୍ବ) ଆସନ, ହରିୟାଣାର ଆଡାମପୁର ଆସନ, ତେଲେଙ୍ଗାନାର ମୁନୁଗୋଡୋ ଆସନ, ୟୁପିରେ ଗୋଲା ଗୋକରନାଥ ଏବଂ ଓଡିଶାରେ ଧାମନଗର ଆସନ ପାଇଁ ଉପନିର୍ବାଚନ କରାଯାଉଛି । ସବୁଠି ଭୋଟର ମାନେ ଧାଡ଼ିରେ ଛିଡ଼ା ହୋଇ ନିଜର ମତ ସାବ୍ୟସ୍ତ କରୁଛନ୍ତି ।

- Advertisement -

ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସମସ୍ତ ସ୍ଥାନରେ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି । ସମ୍ବେଦନଶୀଳ ବୁଥ ଗୁଡ଼ିକୁ ଚିହ୍ନଟ କରାଯାଇ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ସେହିପରି ସମସ୍ତ ସ୍ଥାନରେ ପୁଲିସ ମଧ୍ୟ ମୁତୟନ ହୋଇଛନ୍ତି । ନିର୍ବାଚନୀ ହିଂସା ଯେପରି ନଘଟେ ସେଥିପ୍ରତି ପ୍ରଶାସନ ସଜାଗ ରହିଛି ।

Hot this week

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

Related Articles

Popular Categories