ସକାଳ @୯ ମୁଖ୍ୟ ଖବର

(୧) ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ… ୭୭ ବର୍ଷରେ ପାଦ ଥାପିଲେ ନବୀନ… କହିଲେ, ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସବୁବେଳେ ଋଣୀ… ଆଜି ହାଇଦ୍ରାବାଦ ଗସ୍ତ ଥିବାରୁ ନବୀନ ନିବାସକୁ ନ ଆସିବାକୁ ଶୁଭେଚ୍ଛୁଙ୍କୁ କଲେ ଅନୁରୋଧ…

(୨) ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ଉତ୍ସବମୁଖର ବିଜେଡି… ନବୀନଙ୍କ ଜନ୍ମଦିନକୁ ନିଆରା ଭାବେ ପାଳନ କରିବାକୁ ଅଣ୍ଟା ଭିଡ଼ିଛି ଦଳ… ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ସାମାଜିକ କାର୍ଯ୍ୟକ୍ରମ… ଅନେକ ସ୍ଥାନରେ ରକ୍ତଦାନ ଶିବିରର ବ୍ୟବସ୍ଥା… ସବୁ ଜିଲାରେ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ହେବ ରକ୍ତଦାନ କାର୍ଯ୍ୟକ୍ରମ…

(୩) ହାଇଦ୍ରାବାଦ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ… ମେକ୍ ଇନ୍ ଓଡ଼ିଶା କନକ୍ଳେଭ୍ ପାଇଁ ନିବେଶକଙ୍କୁ କରିବେ ଆମନ୍ତ୍ରଣ… ଆସନ୍ତାକାଲି ହାଇଦ୍ରାବାଦରେ ହେବ ଓଡ଼ିଶା ନିବେଶକ ସମ୍ମିଳନୀ… ପୁଞ୍ଜିପତିଙ୍କୁ ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ କରିବେ ନବୀନ… ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ଭୁବନେଶ୍ବରରେ ହେବ ମେକ୍ ଇନ୍ ଓଡ଼ିଶା କନକ୍ଳେଭ୍…

(୪) ଡିଜିଟାଲ ବ୍ୟାଙ୍କକୁ ନେଇ ଆଜି ଘୋଷଣା କରିବେ ପ୍ରଧାନମନ୍ତ୍ରୀ … ୭୫ ଜିଲ୍ଲାକୁ ମିଳିବ ଡିଜିଟାଲ ବ୍ୟାଙ୍କ ୟୁନିଟ୍… ଭିଡିଓ କନଫରେସିଂ ମାଧ୍ୟମରେ ମୋଦୀ କରିବେ ସମ୍ବୋଧନ… ଦେଶର କୋଣ ଅନୁକୋଣରେ ପହଞ୍ଚିବ ଡିଜିଟାଲ ବ୍ୟାଙ୍କିଙ୍ଗ ସେବା.. ପିଏମଓ ପକ୍ଷରୁ ଏନେଇ ଦିଆଯାଇଛି ସୂଚନା…

prayash

(୫) ଜମୁଛି ଧାମନଗର ପ୍ରଚାର… ମୈଦାନକୁ ଓହ୍ଲାଇଛନ୍ତି ୪ ପ୍ରାର୍ଥୀ… ବିଜେଡି ଓ ବିଜେପିକୁ ସ୍ୱାଧୀନ ପ୍ରାର୍ଥୀଙ୍କ ଟକ୍କର… କିଏ ମାରିବ ଧାମନଗର ବାଜି… ସେପଟେ ଉପନିର୍ବାଚନ ପାଇଁ ୩ ଦଳ ପକ୍ଷରୁ ପ୍ରକାଶ ପାଇଛି ଷ୍ଟାର ପ୍ରଚାରକ ତାଲିକା… ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ… ବିଜେପି ପ୍ରାର୍ଥୀଙ୍କ ପାଇଁ ମୈଦାନକୁ ଓହ୍ଲାଇବେ କେନ୍ଦ୍ର ମନ୍ତ୍ରୀ…

(୬) କଲମ୍ବିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା… ୨୦ ମୃତ, ୧୫ଜଣ ଆହତ… ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି… ଦକ୍ଷିଣ-ପଶ୍ଚିମ କଲମ୍ବିଆର ପାନ୍‌-ଆମେରିକାନ ହାଇୱେରେ ହୋଇଛି ଦୁର୍ଘଟଣା…

(୭) ତୁର୍କୀ କୋଇଲା ଖଣିରେ ବିସ୍ଫୋରଣ ଘଟଣା… ବଢ଼ୁଛି ମୃତକଙ୍କ ସଂଖ୍ୟା… ମୃତ୍ୟୁସଂଖ୍ୟା ୪୧କୁ ବୃଦ୍ଧି… ନଦର୍ଣ୍ଣ ବାର୍ଟିନ ପ୍ରୋଭିନ୍ସରେ ବିସ୍ଫୋରଣ ପରେ ମୃତ୍ୟୁସଂଖ୍ୟା ବଢ଼ୁଥିବା ସୂଚନା… ଗତକାଲି ତୁର୍କୀ କୋଇଲା ଖଣିରେ ହୋଇଥିଲା ବିସ୍ଫୋରଣ…

(୮) ୟୁ-୧୭ ଫିଫା ବିଶ୍ୱକପ୍‌… କଳିଙ୍ଗ ଷ୍ଟାଡିୟମରେ ଚାଲିଛି ଲଢ଼େଇ… ଆସନ୍ତାକାଲି ନାଇଜେରିଆ-ଚିଲି ମୁକାବିଲା… ବିଳମ୍ବିତ ରାତିରେ ପହଞ୍ଚିଲେ ଦୁଇ ଦଳ… ମ୍ୟାଚ୍‌ ଉପରେ ରହିଛି ଦର୍ଶକଙ୍କ ନଜର… ସୁରକ୍ଷା ପଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା…

 

 

kalyan agarbati

Comments are closed.