www.samajalive.in
Wednesday, November 12, 2025
19.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ତୀବ୍ର ହେଲାଣି ରୁଷ-ୟୁକ୍ରେନ୍‌ ଯୁଦ୍ଧ… ୟୁକ୍ରେନ୍‌ ବିରୋଧରେ ଜୋରଦାର ଆକ୍ରମଣ କଲା ରୁଷ… ରୁଷର ମିଜାଇଲ୍‌ ମାଡ଼ରେ ୟୁକ୍ରେନର ୧୧ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ… ଅନେକ ଲୋକ ଆହତ ହୋଇଥିବା ସୂଚନା… ୟୁକ୍ରେନରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ… ଅନ୍ଧାରରେ ଅଧିକାଂଶ ଅଞ୍ଚଳ…

(୨) ସରଗରମ ଧାମନଗର ରାଜନୀତି… ଉପନିର୍ବାଚନ ପାଇଁ ଚାଲିଲାଣି କସରତ… ବିଜେପିର ପ୍ରାର୍ଥୀ ଘୋଷଣା ପରେ ପ୍ରାର୍ଥୀ ଦେବାକୁ କସରତ କରୁଛନ୍ତି ବିଜେଡି ଓ କଂଗ୍ରେସ… ସୂର୍ଯ୍ୟବଂଶୀ ସୁରଜଙ୍କୁ ଟକ୍କର ଦେବାକୁ ବିଜେଡି ଖେଳିପାରେ ନୂଆ କାର୍ଡ… କଂଗ୍ରେସ ଖୋଜୁଛି ଲଢ଼ୁଆ ପ୍ରାର୍ଥୀ…

- Advertisement -

(୩) କମ୍ପିବ କଳିଙ୍ଗ ଷ୍ଟାଡିୟମ… ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ… ଆଜିଠୁ ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ଫୁଟବଲ୍‌… ଉଦ୍‌ଘାଟନୀ ମ୍ୟାଚ୍‌ରେ ମରୋକୋ-ବ୍ରାଜିଲ୍‌ ମୁକାବିଲା… ସଂଧ୍ୟାରେ ଭାରତକୁ ଭେଟିବ ଆମେରିକା…

ଓଡ଼ିଶା ମୁହାଁ ବାତ୍ୟା; ଦେଖନ୍ତୁ ଭିଡିଓ

(୪) ଧରାକୁ ଛୁଇଁଲାଣି ପହିଲି ଶୀତ… ରାଜ୍ୟରେ ଅନୁଭୂତ ହେଲାଣି ଶୀତୁଆ କୁହୁଡ଼ି… ରାଜଧାନୀରେ ଚଳିତ ମାସର ପ୍ରଥମ ଘନକୁହୁଡ଼ି ଅନୁଭୂତ… ଶହେ ମିଟର ମଧ୍ୟରେ ଦୃଶ୍ୟମାନ ହେଲାନି କିଛି… ଏକ ଘଣ୍ଟା ପରେ ପାଗ ହେଲା ସ୍ୱାଭାବିକ…

(୫) ଆଜି ବିଗ୍‌ ବିଙ୍କ ଜନ୍ମଦିନ… ୮୦ ବର୍ଷରେ ପାଦ ଥାପିଲେ ସିନେଜଗତର ଶେହନଶାହ… ଅମିତାଭଙ୍କୁ ଅଭିନନ୍ଦନ ଜଣାଇବାକୁ ଘର ଆଗରେ ପ୍ରଶଂସକଙ୍କ ଗହଳି… ସୋସିଆଲ ମିଡିଆରେ ଛୁଟୁଛି ଶୁଭେଚ୍ଛାର ସୁଅ…  ୧୯୪୨ ଅକ୍ଟୋବର ୧୧ରେ ଜନ୍ମ ହୋଇଥିଲେ ବିଗ୍‌ ବି ଅଭିତାଭ ବଚ୍ଚନ…

(୬) ଆଜି ଶିଶୁକନ୍ୟାଙ୍କ ପାଇଁ ଦିନଟିଏ… ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ… ୨୦୧୨ ଅକ୍ଟୋବର ୧୧ରେ ପ୍ରଥମଥର ପାଇଁ ପାଳନ କରିବାକୁ ହୋଇଥିଲା ଘୋଷଣା… ଲିଙ୍ଗଗତ ଅସମାନତା, ଆଇନ ଅଧିକାର, ସ୍ୱାସ୍ଥ୍ୟସେବା, ହିଂସା ଓ ଭେଦଭାବକୁ ଦୂର କରିବାକୁ କରାଯାଉଛି ସଚେତନତା…

କ୍ୟାନ୍‌ସର ଭଲ କରୁଛି ଜଡ଼ିବୁଟି; ଦେଖନ୍ତୁ ଭିଡିଓ

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories