www.samajalive.in
Sunday, December 7, 2025
26.1 C
Bhubaneswar

ଦେଶରେ ୯୭୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଦିନକରେ ୮୫୪୮ ସୁସ୍ଥ ହେଲେ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୭୬୫ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହି ସମୟ ମଧ୍ୟରେ ୮୫୪୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୩,୪୦,୩୭,୦୫୪ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଦେଶରେ ଦୈନିକ ସଂକ୍ରମଣ ହାର ୦.୮୯% ଏବଂ ସାପ୍ତାହିକ ହାର ୦.୮୫% ରହିଛି । ଅନ୍ୟପକ୍ଷରେ କରୋନାରୁ ଆରୋଗ୍ୟ ହାର ୯୮.୩୫% ରହିଥିବା ଜଣାଯାଇଛି । ଏପର୍ଯ୍ୟନ୍ତ ମୋଟ ୬୪.୩୫ କୋଟି ନମୁନା ପରୀକ୍ଷା କରାଯାଇସାରିଛି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ମୋଟ ୧୩୮ କୋଟି ପାନ ଟିକା ଯୋଗାଇ ଦିଆଯାଇଛି । ବୁଧବାର ସଂଧ୍ୟା ସୁଦ୍ଧା ୧୨୪.୯୬ କୋଟି ପାନ ଟିକା ଦିଆଯାଇସାରିଛି । ସଂପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡକ ନିକଟରେ ୨୨.୭୮ କୋଟି ପାନରୁ ଅଧିକ ଟିକା ମହଜୁଦ ରହିଛି । ଦେଶରେ ସଂପ୍ରତି ୯୯,୭୬୩ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories