କ୍ଷୀର ସହ ଏହି ୯ଟି ଜିନିଷ ଏକାଠି ଖାଇଲେ..

ସବୁଠାରୁ ଅଧିକ ରୋଗ ଖାଦ୍ୟପେୟ ଓ ପରିବର୍ତ୍ତନଶୀଳ ଜୀବନଶୈଳୀ କାରଣରୁ ହୋଇଥାଏ । ବିଶେଷ କରି ଭୁଲ୍‌ ଖାଦ୍ୟପେୟକୁ ଏକାଠି ଖାଇବା ଦ୍ୱାରା । ଅନେକ ସମୟରେ ଅଧିକାଂଶ ଲୋକେ ଏଭଳି କେତେକ ଖାଦ୍ୟକୁ ଏକତ୍ରିତ ଖାଇ ଥାଆନ୍ତି । ଯାହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଆୟୁର୍ବେଦ ଭାରତର ପ୍ରାଚୀନ ଚିକିତ୍ସା ପଦ୍ଧତି ଅଟେ । ଏଥିରେ ସ୍ୱାସ୍ଥ୍ୟକର ଜୀବନଶୈଳୀ ପାଇଁ ଅନେକ ନିୟମ ବର୍ଣ୍ଣନା କରାଯାଇଛି । ତେବେ କ୍ଷୀର ସହ କେଉଁ କେଉଁ ଖାଦ୍ୟ ଏକତ୍ରିତ ଖାଇବା ଉଚିତ୍‌ ନୁହେଁ, ତାହା ଜାଣିବା ନିତାନ୍ତ ଆବଶ୍ୟକ । ନଚେତ୍‌ ଶରୀର ଉପରେ ଏହାର କୁପ୍ରଭାବ ପଡିଥାଏ ।
ଭୁଲ୍‌ ଖାଦ୍ୟପେୟକୁ ଏକତ୍ରିତ ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା, ଥକ୍କାପଣ, ଗ୍ୟାଷ୍ଟ୍ରିକ, ବ୍ୟସ୍ତତା ଅନୁଭବ ହୋଇଥାଏ । ପାଚନ ଜନିତ ସମସ୍ୟା ଦେଖା ଦେଇଥାଏ । ଜାଣନ୍ତୁ ସେହି ୯ ଖାଦ୍ୟ ବିଷୟରେ, ଯାହାକୁ ଏକତ୍ରିତ ଖାଇବା ଉଚିତ୍‌ ନୁହେଁ ।

courtesy : youtube

ମାଛ- କ୍ଷୀର ସହ ମାଛକୁ ଏକାଠି କିମ୍ବା କିଛି ସମୟ ବ୍ୟବଧାନ ମଧ୍ୟରେ ଖାଆନ୍ତୁ ନାହିଁ । କ୍ଷୀର ଓ ମାଛ ଉଭୟ ପ୍ରୋଟିନର ଉତ୍ତମ ସ୍ରୋତ । ମାତ୍ର ଏହାକୁ ଏକତ୍ରିତ ଖାଇବା ଦ୍ୱାରା ଶରୀରରେ ତଥା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପଡିଥାଏ ।

ଖଟା ଫଳ – ଖଟା ଫଳ ଯେପରି କମଳା, ଲେମ୍ବୁ, ପିଜୁଳିକୁ କଦାପି କ୍ଷୀର ସହ ଏକତ୍ରିତ ଖାଆନ୍ତୁ ନାହିଁ । ଏହାକୁ ଏକାଠି ଖାଇବା ଦ୍ୱାରା ପେଟରେ ଏସିଡିଟି ମାତ୍ରା ବୃଦ୍ଧି ପାଇଥାଏ । ପାଚନ ଉପରେ ପ୍ରଭାବ ପଡିଥାଏ ।

Image Source : spiritearthawakening.com

ଲୁଣ- କ୍ଷୀର ସହ ଲୁଣ ଏକତ୍ରିତ ଖାଇବା ଦ୍ୱାରା ଶରୀର ଉପରେ କୁପ୍ରଭାବ ପଡିଥାଏ । ଏହାଦ୍ୱାରା ଗ୍ୟାଷ୍ଟ୍ରିକ୍‌, ବଦହଜମି, ପେଟରେ ଯନ୍ତ୍ରଣା ଆଦି ସମସ୍ୟା ହୋଇଥାଏ ।

prayash

ଫ୍ଲିପକାର୍ଟରେ ସେଲ୍‌ ଆରମ୍ଭ ; ୮୦ ପ୍ରତିଶତ ରିହାତିରେ ମିଳୁଛି ସ୍ମାର୍ଟ ଫୋନ୍‌ ସହ ଏସବୁ..

ବିରି – ବିରି ଡାଲି ଓ କ୍ଷୀରକୁ କଦାପି ଏକାଠି ଖାଆନ୍ତୁ ନାହିଁ । ଏହାଦ୍ୱାରା ତ୍ୱଚା ଜନିତ ସମସ୍ୟା ସହ ଏଲର୍ଜି ହୋଇଥାଏ ।

ଦହି – ଦହି ଓ କ୍ଷୀରକୁ ମଧ୍ୟ ଏକତ୍ରିତ ଖାଇବା ଉଚିତ୍‌ ନୁହେଁ । ଏହା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ ।

ପଣସ – ପଣସ ଓ କ୍ଷୀରକୁ ଏକତ୍ରିତ ଖାଇବା ଦ୍ୱାରା ପେଟରେ ଏସିଡିଟି, ଗ୍ୟାଷ୍ଟ୍ରିକ୍‌ ଆଦି ସମସ୍ୟା ହେବା ସହ ପେଟରେ ଯନ୍ତ୍ରଣା, ପାଚନ ତନ୍ତ୍ର ଦୁର୍ବଳ ହୋଇଥାଏ ।

କଦଳୀ – କ୍ଷୀର ଓ କଦଳୀକୁ ଏକତ୍ରିତ ଖାଇବା ଦ୍ୱାରା ପାଚନ ତନ୍ତ୍ରକୁ ପ୍ରଭାବିତ କରିଥାଏ । ଏହାସହ କୋଷ୍ଠକାଠିନ୍ୟ ସମସ୍ୟା ହୋଇଥାଏ ।

ତରଭୁଜ – କ୍ଷୀର ଓ ତରଭୁଜକୁ ଏକାଠି ଖାଇବା ଦ୍ୱାରା ପାଚନ ତନ୍ତ୍ର ଦୁର୍ବଳ ହେବା ସହ ବଦହଜମି ସମସ୍ୟା ହୋଇଥାଏ ।

ମୂଳା – ମୂଳା ଓ କ୍ଷୀରକୁ ଏକତ୍ରିତ ଖାଇବା ଦ୍ୱାରା ପାଚନ ତନ୍ତ୍ର ପ୍ରଭାବିତ ହୋଇଥାଏ । ପେଟରେ ଗ୍ୟାଷ୍ଟ୍ରିକ, ଯନ୍ତ୍ରଣା ହୋଇଥାଏ ।

kalyan agarbati

Comments are closed.