www.samajalive.in
Saturday, December 6, 2025
16.1 C
Bhubaneswar

ବର୍ଷାରେ ଧୋଇଗଲା ପୁଟୁକି ସୁଗା ପୋଲ, ଯାତାୟତ ବାଧାପ୍ରାପ୍ତ

ଫୁଲବାଣୀ: କନ୍ଧମାଳ ଜିଲାରେ ଦୁଇ ଦିନ ହେଲା ଲଗାଣ ବର୍ଷାରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇଛି। ଜିଲାରେ ବର୍ଷା ଲାଗି ରହିଥିବାବେଳେ ଫିରିଙ୍ଗିଆ ବ୍ଲକରେ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି। ବ୍ଲକର ଅଧିକାଂଶ ଅଞ୍ଚଳ ଉପାନ୍ତ ଓ ପାହାଡ଼ିଆ ଅଞ୍ଚଳ ହୋଇଥିବାବେଳେ ବର୍ଷାରେ ରାସ୍ତା ଘାଟ ଭାଙ୍ଗିଯାଇଛି। କିଛି ଅଞ୍ଚଳରେ କାଦୁଅ ପଚ ପଚ ସହ ଯାତାୟତ ବାଧାପ୍ରାପ୍ତ ହୋଇଛି। ଫିରିଙ୍ଗିଆ ବ୍ଲକର ପାଙ୍ଗା ଉପର ସାହି ପଞ୍ଚାୟତର ପାଙ୍ଗା ଗ୍ରାମଠାରୁ ବାଲି ଗଟା ଯାଇଥିବା ରାସ୍ତାର ପୁଟୁକି ସୁଗାଠାରେ ଥିବା ପୋଲ ବର୍ଷାରେ ଧୋଇଯିବା ଫଳରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଯଦ୍ୱାରା ଏହି ରାସ୍ତା ଓ ପୋଲ ଦେଇ ଯାତାୟତ ପାଇଁ ନିର୍ଭର କରୁଥିବା ବାଲି ଗଟା, ପଟିଲ ପୀଡ଼ିଆ, ଗାଦା ପାଙ୍ଗା, ପିଣ୍ଡାଙ୍ଗୀ, ଲଦା ଭଳି ଅନେକ ଗ୍ରାମର ଜନସାଧାରଣ ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତମାନ ପରିସ୍ଥିତିରେ ଏହି ରାସ୍ତା ଦେଇ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ବ୍ଲକ କାର୍ଯ୍ୟାଳୟ ସହ ପାଠ ପଢ଼ୁଥୁବା ଛାତ୍ରଛାତ୍ରୀ ସ୍କୁଲ କଲେଜକୁ ଯିବା ହେଉ କି ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଯିବା ଆସିବା ହେଉ ସବୁଥିରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବର୍ଷା ହେଲେ ବିଶେଷ କରି ବହୁ ସମସ୍ୟା ହେଉଥବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଯାତାୟତ ଅସୁବିଧା ହେଉଥିବାରୁ ତୁରନ୍ତ ଏହି ପୁଟୁକି ସୁଗାଠାରେ ଥିବା ପୋଲକୁ ମରାମତି କରିବାକୁ ଅଞ୍ଚଳର ଶିଳ ଦିଗାଲ, ବସିରାମ ଦିଗାଲ, ନରୋତ୍ତମ କହଁର, ଶ୍ରବଣ କହଁର, କୁନି ଦିଗାଲ, ଜୟ ଚନ୍ଦ୍ର କହଁର, ଭୀମସେନ ଦିଗାଲ, ବିରୁପାକ୍ଷ ଦିଗାଲ, କମଳା କାନ୍ତ ଦିଗାଲଙ୍କ ସହ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories