www.samajalive.in
Saturday, December 6, 2025
23.1 C
Bhubaneswar

ଜାତୀୟ ହସ୍ତତନ୍ତ ଦିବସ – ହସ୍ତତନ୍ତ ପିନ୍ଧିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ

ଡେସ୍କ: ଆଜି (ବୁଧବାର) ଜାତୀୟ ହସ୍ତତନ୍ତ ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସ୍ତତନ୍ତ ପିନ୍ଧିବାକୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସମ୍ବଲପୁରୀ ଇକତ ଠାରୁ ପଟନ ପାଟୋଲା, କାଶ୍ମିରୀ କାନି ଠାରୁ କାଂଚିପୁରମ୍‌‌ ସିଲ୍କ ପର୍ଯ୍ୟନ୍ତ ଭାରତୀୟ କାରିଗରମାନେ କେବଳ କପଡ଼ା ବୁଣନ୍ତି ନାହିଁ, ବରଂ ଆମର ନୈତିକତା, ମୂଲ୍ୟବୋଧ, ଐତିହ୍ୟ, ସୃଜନଶୀଳତା ଏବଂ ବିବିଧତାର କାହାଣୀ ବୁଣନ୍ତି। ଜାତୀୟ ହସ୍ତତନ୍ତ ଦିବସରେ, ଭାରତର ଗୌରବମୟ ହସ୍ତତନ୍ତ ଐତିହ୍ୟ ଏବଂ କାଳଜୟୀ ପରମ୍ପରାକୁ ବଂଚାଇ ରଖିବା ପାଇଁ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି। ସେ କହିଛନ୍ତି, ସମସ୍ତେ ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ବଂଚାଇ ରଖିବା ପାଇଁ ଚେଷ୍ଟା କରିବା ଏବଂ ଗର୍ବର ସହିତ ହସ୍ତତନ୍ତ କିଣିବା ଏବଂ ପିନ୍ଧିବା ଦ୍ୱାରା କାରିଗରମାନଙ୍କୁ ସଶକ୍ତ କରିବା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories