ରାତି ୯ଟା ମୁଖ୍ୟ ଖବର

ବଡ଼ ଖବର :

# ପି ଭି ସିନ୍ଧୁ ରଚିଲେ ଇତିହାସ, ପ୍ରଥମ ଭାରତୀୟ ଭାବେ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ଜିତିଲେ

# ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ  ଫ୍ରାନ୍ସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ   

# ଦିଲ୍ଲୀର ନିଗମବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବରିଷ୍ଠ ବିଜେପି ନେତା ଅରୁଣ ଜେଟ୍‍ଲୀଙ୍କ ଶେଷକୃତ୍ୟ ସମ୍ପନ୍ନ।

# ବ୍ୟାଙ୍କ ଜାଲିଆତି ରୋକିବା ପାଇଁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଏକ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି।

# ରାଜଧାନୀ ଭୁବନେଶ୍ବରରେ ଫୁଟିଲା ବୋମା, ଅଟୋ ଡ୍ରାଇଭର ଆହତ

# ଭୁବନେଶ୍ବର ହାଇଟେକ ନିକଟରେ ଦବିଲା ଓଭରବ୍ରିଜ, ଯାତାୟତ ପ୍ରଭାବିତ

# ସମାଜସେବା ହିଁ ରାଷ୍ଟ୍ରପିତା ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀରେ ତାଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ‘ମନ କୀ ବାତ୍’ ରେ ମୋଦୀଙ୍କ ଆହ୍ୱାନ..

– ଆସନ୍ତାମାସ ୧୧ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହେବ “ପ୍ଲାଷ୍ଟିକ୍‍ ମୁକ୍ତ ଭାରତ” ଅଭିଯାନ,ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି।

– ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ ’ ଫିଟ୍‍ ଇଣ୍ଡିଆ ଅଭିଯାନ’

# ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୪ ଜଣଙ୍କର ମୃତ୍ୟୁ ଘଟିଛି।

# ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ଜିଲାରେ ସ୍ୱଳ୍ପ ଓ ଅନ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

ଆଞ୍ଚଳିକ:

# ରାଜଧାନୀ ଭୁବନେଶ୍ବରରେ ଫୁଟିଲା ବୋମା, ଅଟୋ ଡ୍ରାଇଭର ଆହତ

# ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୪ ଜଣଙ୍କର ମୃତ୍ୟୁ ଘଟିଛି। 

# ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ କଟଙ୍ଗିଡିହି ଗ୍ରାମରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି

# ଗୋଟିଏ ଘଣ୍ଟାରେ ଏକଲକ୍ଷ ଚାରା ରୋପଣ କରି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଆଜି ଏକ ରେକର୍ଡ ସୃଷ୍ଟି କରିପାରିଛି। ବିଚାର ବିଭାଗ, ଜଙ୍ଗଲ ବିଭାଗ ଓ ସାମାଜିକ-ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକର ସହଯୋଗରେ ସମୂହ ଚାରା ରୋପଣ କରାଯାଇଛି।

# ପୁରୀରେ ପୁଲିସ ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଦିବାନା ବେହେରା ଆହତ ହୋଇଛି। ତା’ର ଡାହାଣ ଗୋଡ଼ ଆଣ୍ଠୁ ତଳେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

# ଝାରସୁଗୁଡ଼ା ବାଇପାସ ବେହେରାପାଟ ଅନ୍ତର୍ଗତ ଏକ ହୋଣ୍ଡା ସୋ’ ରୁମ୍‍ରୁ ୯ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି

# ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ଜିଲାରେ ସ୍ୱଳ୍ପ ଓ ଅନ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

# ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ପୁରୀ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

# ଗଞ୍ଜାମର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କାଞ୍ଜିଆମା ଗାଁ ନିକଟ ଋଷିକୁଲ୍ୟା ନଦୀରେ ଭାସିଯାଇ ଜଣେ ନାବାଳିକା ନିଖୋଜ ଥିବା ଜଣାପଡ଼ିଛି।

# ସ୍ୱିଜରଲ୍ୟାଣ୍ଡର ବାସେଲରେ ଚାଲିଥିବା ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‍ ରେ ଓଡିଆ ପୁଅ ପ୍ରମୋଦ ଭଗତଙ୍କୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି । ସିଙ୍ଗଲ୍ସ ଫାଇନାଲରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ୬-୨୧,୨୧-୧୪,୨୧-୫ ରେ ହରାଇ ପ୍ରମୋଦ ଭଗତ ଚାମ୍ପିଅନ ହୋଇଛନ୍ତି। 

ଜାତୀୟ:

#  ପି ଭି ସିନ୍ଧୁ ରଚିଲେ ଇତିହାସ, ପ୍ରଥମ ଭାରତୀୟ ଭାବେ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ ଟାଇଟଲ ହାସଲ କଲେ

# ଭାରତୀୟ ନିର୍ବାଚନ କମିଶନ ୪ଟି ରାଜ୍ୟ  ଉତ୍ତର ପ୍ରଦେଶ, ତ୍ରିପୁରା, ଛତିଶଗଡ ଏବଂ କେରଳର ଗୋଟିଏ ଲେଖାଁଏ ଆସନରେ ଆସନ୍ତା ୨୩ ତାରିଖରେ ଉପ-ନିର୍ବାଚନ ପାଇଁ ଘୋଷଣା କରିଛନ୍ତି। 

# ’ମନ କୀ ବାତ୍’ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ

# ସମାଜସେବା ହିଁ ରାଷ୍ଟ୍ରପିତା ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀରେ ତାଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି 

# ଆସନ୍ତାମାସ ୧୧ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହେବ “ପ୍ଲାଷ୍ଟିକ୍‍ମୁକ୍ତ ଭାରତ” ଅଭିଯାନ, ସହଯୋଗ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି।

# ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ’ ଫିଟ୍‍ ଇଣ୍ଡିଆ ଅଭିଯାନ’

# ଦିଲ୍ଲୀର ନିଗମବୋଧ ଘାଟରେ ଆଜି ଅପରାହ୍ଣରେରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବରିଷ୍ଠ ବିଜେପି ନେତା ଅରୁଣ ଜେଟ୍‍ଲୀଙ୍କ ଶେଷକୃତ୍ୟ ସମ୍ପନ୍ନ

# ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଜମ୍ମୁ-କାଶ୍ମୀରର ପୁଲିସ୍‍ ମହାନିର୍ଦ୍ଦେଶକ ଦିଲ୍‍ବାଗ ସିଂହ କହିଛନ୍ତି, ରାଜ୍ୟର ସବୁ ଜିଲ୍ଲାରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ଆନ୍ତର୍ଜାତୀୟ:

# ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାପାଇଁ ଫ୍ରାନ୍ସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 

# ଆମାଜନ୍ ଜଙ୍ଗଲରୁ ନିଆଁ ଲିଭାଇବା ପାଇଁ ବ୍ରାଜିଲ ସରକାରଙ୍କ ପକ୍ଷରୁ ସେନା ବାହିନୀ ଓ ବାୟୁସେନା ବିମାନକୁ ମୁତୟନ କରାଯାଇଛି। 

# ଜାମ୍ମୁ-କାଶ୍ମୀରରୁ  ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନର ରାଷ୍ଟ୍ରପତି ଆରଫ ଆଲଭୀ ଚେତାବନୀ ଦେଇ କହିଛନ୍ତି, ଭାରତ ଧାରା ୩୭୦ ଉଚ୍ଛେଦ କରି ନିଆଁ ସହିତ ଖେଳ ଖେଳୁଛି 

# ଇରାକରେ ଆଇଏସଆଇଏସ ମୋଟାର ଆକ୍ରମଣ, ୬ଜଣଙ୍କର ମୃତ୍ୟୁ

Comments are closed.