www.samajalive.in
Monday, December 15, 2025
15.1 C
Bhubaneswar

୯ ଲଘୁଚାପ ଓ ୧ ବାତ୍ୟା ତଥାପି ରାଜ୍ୟରେ ୯ ପ୍ରତିଶତ ନିଅଣ୍ଟିଆ ବର୍ଷା

ଭୁବନେଶ୍ବର: ଆସନ୍ତା ୬ ତାରିଖରୁ ଉତ୍ତର ପଶ୍ଚିମ ଭାରତରୁ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଅପସାରଣ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ବିଳମ୍ବରେ ଉତ୍ତର ପଶ୍ଚିମ ଭାରତରୁ ମୌସୁମି ଫେରୁଥିବାରୁ ଓଡ଼ିଶାରୁ ମୌସୁମି ଅପସାରଣ ସାମାନ୍ୟ ବିଳମ୍ବ ହୋଇପାରେ। ମାସର ତୃତୀୟ କିମ୍ବା ଚତୁର୍ଥ ସପ୍ତାହ ବେଳକୁ ମୌସୁମି ସମ୍ପୂର୍ଣ୍ଣ ଫେରିଯିବ। ସାଧାରଣତଃ ସେପ୍ଟେମ୍ବର ପହିଲାରୁ ଉତ୍ତର ପଶ୍ଚିମ ଭାରତର ପଞ୍ଜାବ ଓ ରାଜସ୍ଥାନ ଅଞ୍ଚଳରୁ ମୌସୁମି ଫେରିବା ପ୍ରକ୍ରିୟା ଆରମ୍ଭ ହୁଏ। ଓଡ଼ିଶାରୁ ମୌସୁମି ଫେରିବାକୁ ୪୫ଦିନ ସମୟ ଲାଗିଥାଏ।

ଚଳିତ ବର୍ଷ ପାଣିପାଗ ବିଭାଗ ଆକଳନ କରିଥିଲା ଯେ, ରାଜ୍ୟରେ ସ୍ବାଭାବିକ ବର୍ଷା ହେବ; କିନ୍ତୁ ୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ଜୁନ୍, ଜୁଲାଇ ଏବଂ ଅଗଷ୍ଟରେ ସ୍ବାଭାବିକରୁ କମ ଏବଂ ସେପ୍ଟେମ୍ବରରେ ଅଧିକ ବର୍ଷିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ କହୁଛି ସେପ୍ଟେମ୍ବରରେ ହୋଇଥିବା ବର୍ଷା ରାଜ୍ୟରେ ଚତୁର୍ଥ ସର୍ବାଧିକ। ଏହି ମାସରେ ସ୍ବାଭାବିକ ବର୍ଷା ୨୨୬.୬ ମିମି ସ୍ଥଳେ ୩୮୪.୮ ମିମି ବର୍ଷିଛି। ଯାହା ୭୦ ପ୍ରତିଶତ ଅଧିକ। ୨୦୦୭ ସେପ୍ଟେମ୍ବରରେ ୪୦୧.୭ ମିମି, ୧୯୬୧ରେ ୪୮୩.୨ମିମି ଏବଂ ୧୯୪୫ରେ ୪୦୫.୯ ମିମି ବର୍ଷା ରେକର୍ଡ କରାଯାଇଥିଲା। ଜୁନ୍ ପହିଲାରୁ ସେପ୍ଟେମ୍ବର ୩୦ ସୁଦ୍ଧା ସ୍ବାଭାବିକ ବର୍ଷା ୧୧୫୫.୩ ମିମି ହେବାକୁ ଥିବାବେଳେ ୧୦୪୬ ମିମି ହୋଇଛି। ତେଣୁ ୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ଅଗଷ୍ଟରେ ୨୯ ପ୍ରତିଶତ ନିଅଣ୍ଟିଆ ଥିବାବେଳେ ସେପ୍ଟେମ୍ବରରେ ଭଲ ବର୍ଷା ହେବାରୁ ୨୦ ପ୍ରତିଶତ ଭରଣା ହୋଇ ପାରିଛି।

- Advertisement -

ଜଗତସିଂହପୁର ଓ ପୁରୀ ଜିଲାରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇଛି। ଝାରସୁଗୁଡା, କଳାହାଣ୍ଡି, ସମ୍ବଲପୁର, ବଲାଙ୍ଗୀର, ଯାଜପୁର ଓ ନବରଙ୍ଗପୁରରେ ନିଅଣ୍ଟ ରହିଛି। ଅବଶି‌ଷ୍ଟ ୨୩ ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ୍‌.ଆର ବିଶ୍ବାସ କହିଛନ୍ତି। ଝାରସୁଗୁଡାରେ ୨୯ ପ୍ରତିଶତ, ସମ୍ବଲପୁରରେ ୨୮ ପ୍ରତିଶତ, ଯାଜପୁରରେ ୨୨ ପ୍ରତିଶତ, ବଲାଙ୍ଗୀରରେ ୨୫ ପ୍ରତିଶତ, କଳାହାଣ୍ଡି ଓ ନବରଙ୍ଗପୁରରେ ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ପୁରୀରେ ସ୍ବାଭାବିକରୁ ୨୨ ପ୍ରତିଶତ ଏବଂ ଜଗତସିଂହପୁରରେ ସ୍ବାଭାବିକରୁ ୨୯ ପ୍ରତିଶତ ଅଧିକ ବର୍ଷିଛି ମୌସୁମି। ବାକି ଜିଲାରେ ସ୍ବାଭାବିକ ବର୍ଷା ରହିଛି। ପ୍ରତି ବର୍ଷ ମୌସୁମି ଋତୁରେ ହାରାହାରି ୧୨ ଲଘୁଚାପ ଓଡ଼ିଶାକୁ ଆସିଥାଏ। ଚଳିତ ବର୍ଷା ୯ ଲଘୁଚାପ ଏବଂ ଗୋଟିଏ ବାତ୍ୟା ଆସିଛି। ଏ ବର୍ଷ ସେପ୍ଟେମ୍ବରରେ ବଙ୍ଗୋପସାଗରରେ ୫ ଅବପାତ ଓ ଲଘୁଚାପ ଓଡ଼ିଶା ଉପରେ ପ୍ରଭାବ ପକାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜୁନରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ବାଭାବିକ ବର୍ଷା ୧୧୬୦ ମିମି ହେବାକୁ ଥିବାବେଳେ ୧୦୪୬ ମିମି ହୋଇଛି। ଜଗତସିଂହପୁରରେ ସ୍ବାଭାବିକରୁ ୩୨.୪ ପ୍ରତିଶତ ଅଧିକ ଏବଂ ନବରଙ୍ଗପୁର, ବଲାଙ୍ଗୀର, ଭଦ୍ରକ, ସୁନ୍ଦରଗଡ, ରାୟଗଡା, କନ୍ଧମାଳ, ସମ୍ବଲପୁର, କଳାହାଣ୍ଡି ଓ ଝାରସୁଗୁଡାରେ ନିଅଣ୍ଟିଆ ବର୍ଷା ହୋଇଛି। ଝାରସୁଗୁଡାରେ ସବୁଠୁ ଅଧିକ ୩୩.୩ ପ୍ରତିଶତ ବର୍ଷା ନିଅଣ୍ଟ ରହିଛି। ଅବଶି‌ଷ୍ଟ ଜିଲାରେ ସ୍ବାଭାବିକ ବୃଷ୍ଟିପାତ ହୋଇଥିବା ନେଇ ସେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories