www.samajalive.in
Monday, December 15, 2025
15.1 C
Bhubaneswar

ଓଡିଶା ପାନୀୟ ନିଗମ ତରଫରୁରାଜ୍ୟ ସରକାରଙ୍କୁ ୯ କୋଟି ୪୧ ଲକ୍ଷ ଟଙ୍କାଲାଭାଂଶ ପ୍ରଦାନ

ଭୁବନେଶ୍ୱର: ମୂଲ୍ୟଯୁକ୍ତ କର ବ୍ୟତୀତ ଓଡିଶା ପାନୀୟ ନିଗମ୨୦୨୨-୨୩ ଆର୍ଥିକ ବର୍ଷରେ ୭୪୫୬.୬୪ କୋଟି ଟଙ୍କା କାରବାର କରିଛି । ଉତ୍ପାଦନ ଶୁଳ୍କ ଭାବରେ ନିଗମ ତରଫରୁ ରାଜ୍ୟ ସରକାରଙ୍କ ଠାରେ ୫୨୬୭.୬୯ କୋଟି ଟଙ୍କା ଓ ମୂଲ୍ୟଯୁକ୍ତ କର(ଭାଟ) ଆକାରରେ ୨୫୧୨.୮୩ କୋଟି ଦାଖଲ କରାଯାଇଛି । କର ବାବଦକୁ ଦେୟ ପରେ ନିଗମ ୩୧.୩୮ କୋଟି ଟଙ୍କା ଲାଭ କରିଥିବା ଜଣାଯାଇଛି ।

ତେବେ ନିଗମ ତରଫରୁ ଏହାର ମୋଟ ଲାଭାଂଶରୁ ରାଜ୍ୟ ସରକାରଙ୍କ ଅଂଶ ଭାବରେ ୯.୪୧କୋଟି ଟଙ୍କା ଆଜି ପ୍ରଦାନ କରାଯାଇଛି । ଆଜି ରାଜ୍ୟ ପଞ୍ଜାୟତିରାଜ, ପାନୀୟ ଜଳ ତଥା ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏହି ଅର୍ଥ ଚେକ୍ ଆକାରରେ ମୁଖ୍ୟଶାସନ ସଚିବ  ପ୍ରଦୀପ କୁମାର ଜେନାଙ୍କୁ ପ୍ରଦାନ କରିଥିଲେ । ଏହି ସମୟରେ ନିଗମର ପରିଚାଳନା ନିର୍ଦ୍ଦେଶକ ଅମ୍ବର କୁମାର କର ଏବଂମୁଖ୍ୟ ସାଧାରଣ ପରିଚାଳକ ମାନସ ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories