www.samajalive.in
Sunday, December 7, 2025
23.1 C
Bhubaneswar

ପାକସ୍ଥଳୀରୁ ବାହାରିଲା ଚିଲମ, ଚାବି, କଏନ ସମେତ ୮୦ କଠିନ ବସ୍ତୁ

ଉଦୟପୁର: ଗତ ମାସରେ ହିମାଚଳ ପ୍ରଦେଶର ଜଣେ ବ୍ୟକ୍ତିଙ୍କ ପାକସ୍ଥଳୀରୁ ୮ଟି ଚାମଚ, ୨ଟି ସ୍କୃଡ୍ରାଇଭର, ୨ଟି ଟୁଥବ୍ରଶ, ଗୋଟିଏ ଛୁରି ବାହାରିଥିବା ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବର୍ତ୍ତମାନ ରାଜସ୍ଥାନର ଉଦୟପୁରରେ ଅନୁରୂପ ଏକ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ପାକସ୍ଥଳୀରୁ ଚିଲମ, ଚାବି, କଏନ ସମେତ ୮୦ କଠିନ ବସ୍ତୁ ବାହାରିଛି। ଡାକ୍ତରମାନେ ଅପରେଶନ କରି ଏସବୁ ଜିନିଷ ବାହାର କରିବା ପରେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଯେଉଁ ବ୍ୟକ୍ତିଙ୍କ ପେଟରୁ ଏସବୁ ବାହାରିଛି, ସେ ଜଣେ ମାନସିକ ବିକାରଗ୍ରସ୍ତ। ତାଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେବାରୁ ସେ ଚିତ୍କାର କରିଥିଲେ। ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଉଦୟପୁରର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ପେଟ ଏକ୍ସରେ କରାଯାଇଥିଲା। ଏକ୍ସରେରୁ ତାଙ୍କ ପେଟରେ ଏସବୁ କଠିନ ସାମଗ୍ରୀ ଥିବା ଡାକ୍ତରମାନେ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଥିଲେ। ଏହାପରେ ଡାକ୍ତରମାନେ ବିଳମ୍ବ ନ କରି ସମ୍ପୃକ୍ତ ବ୍ୟକ୍ତିଙ୍କର ଅପରେଶନ କରି ସେଗୁଡ଼ିକୁ ବାହାର କରିଥିଲେ। ରୋଗୀ ଜଣକ ବର୍ତ୍ତମାନ ବିପଦମୁକ୍ତ ଥିବା ଡାକ୍ତର ଡି.କେ. ଶର୍ମା କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories