କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢାଯିବ ବାଲି .. ବାଲି କାଢିବା ପାଇଁ ଏଏସଆଇ ପକ୍ଷରୁ ଆଜି ହେଲା ଭୂମିପୂଜନ .. ୩ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ..
ଧଳାଜହରର ହବ୍ ପାଲଟିଛି ବାଲେଶ୍ୱର .. ପୁଣି ଅରଡ଼ ବଜାରରୁ ୧,୩୮୦ଗ୍ରାମ୍ ଧଳାଜହର ଜବତ .. ରେଲୱେ ଲେବଲ କ୍ରସିଂ ନିକଟରୁ ଚଢ଼ାଉ କରି ଜବତ କଲା ଏସଟିଏଫ୍ ଓ ବାଲେଶ୍ୱର ପୁଲିସ .. ଜବତ ଧଳାଜହରର ଆନୁମାନିକ ମୂଲ୍ୟ କୋଟିଏ ୩୦ଲକ୍ଷ ଟଙ୍କା .. ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବିଭାଗ ..
ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ନେଇପାରେ ଲଘୁଚାପ ରୂପ… ପ୍ରଭାବରେ ରାଜ୍ୟରେ ଆଜିଠାରୁ ବର୍ଷା ସମ୍ଭାବନା… ଲଗାତର ଦୁଇଦିନ ଧରି ଭିଜିବ ଓଡ଼ିଶା… ୧୧ଜିଲ୍ଲାରେ ବର୍ଷା ହେବା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…
ସକାଳୁ ସକାଳୁ ଥରିଲା ଜମ୍ମୁ-କାଶ୍ମୀର… କଟ୍ରାରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ… ୭ଟା ୫୨ ମିନିଟ୍ରେ ଭୂମିକମ୍ପ ହୋଇଥିବା ସୂଚନା… ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା କରାଯାଉଛି ଅନୁମାନ…
ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ .. ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪୮,ସଙ୍ଗରୋଧରୁ ୧୫୭,ସ୍ଥାନୀୟ ୧୧୨ .. ୧ ହଜାର ୬୮୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
କ୍ୟାବିନେଟ୍ ବୈଠକରେ ପିଏମଶ୍ରୀ ଯୋଜନାକୁ ମିଳିଲା ମଞ୍ଜୁରୀ… ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ ଯୋଜନାରେ ହେବ ବିଦ୍ୟାଳୟର ଉନ୍ନତିକରଣ… ଛାତ୍ରଛାତ୍ରୀଙ୍କ ପାଇଁ କରାଯାଇବ ସ୍ୱତନ୍ତ୍ର ବ୍ୟବସ୍ଥା… ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ….
ଚଳିତ ସପ୍ତାହର ଶେଷସୁଦ୍ଧା ପ୍ରକାଶ ପାଇବ ଓସିଏସ୍ ୨୦୨୦ ପରୀକ୍ଷାଫଳ… ଓଡ଼ିଶା ସିଭିଲ୍ ସର୍ଭିସେସ୍ ଫଳ ପ୍ରକାଶ ପାଇବା ନେଇ ସୂଚନା ଦେଲେ ଲୋକସେବା ଆୟୋଗ ଅଧ୍ୟକ୍ଷ… ସେପ୍ଟେମ୍ବର ତୃତୀୟ ସପ୍ତାହରୁ ଆରମ୍ଭ ହେବ ଓସିଏସ୍ ସାକ୍ଷାତକାର ପରୀକ୍ଷା… ଏନେଇ ଓଡ଼ିଶା ଲୋକସେବା ଆୟୋଗର ୱେବ୍ ସାଇଟ୍ରେ ଉପଲବ୍ଧ ହେବ ସୂଚନା…



