www.samajalive.in
Saturday, December 6, 2025
16.1 C
Bhubaneswar

ଅଘୋଷିତ ବିଦ୍ୟୁତ୍‍ କାଟ୍‍କୁ ନେଇ ବରିଷ୍ଠ ନାଗରିକଙ୍କ କ୍ଷୋଭ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ନଦୀକୂଳ ଅଞ୍ଚଳ ଯଥା ମଞ୍ଚେଶ୍ୱର, ଅନନ୍ତପୁର, ଧୁରୁଷିଆ, ଘଣ୍ଟିଖାଲ, କଖଡି ଆଦି ପଞ୍ଚାୟତ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍‍ କାଟକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗି ରହିଛି । ନଦୀକୂଳ ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କ ଦ୍ୱାରା ଗଠିତ ଶ୍ରୀ ରାମ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବୁଧବାର ଏ ନେଇ ଏକ ଦାବିପତ୍ର ଆଠଗଡ ଉପଜିଲ୍ଲାପାଳ ଏବଂ ଟାଟା ପାୱାର କମ୍ପାନୀର ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଜରିଆରେ ନିରବଚ୍ଛିନ୍ନ ବିଦ୍ୟୁତ୍‍ ଯୋଗାଣ ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଛି । ସେମାନଙ୍କ ଦାବି ଆସନ୍ତା ୧୬ତାରିଖ ମଧ୍ୟରେ ପୂରଣ କରାନଗଲେ ନାରଙ୍ଗବସ୍ତଠାରେ ଥିବା ବିଦ୍ୟୁତ୍‍ ସବ୍‍ଷ୍ଟେସନ ନିକଟରେ ସେମାନେ ଆମରଣ ଅନଶନ କରିବେ ବୋଲି ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ନଦୀକୂଳ ଅଞ୍ଚଳ ପଞ୍ଚାୟତଗୁଡିକରେ ପ୍ରତିଦିନ ୧୦-୧୨ଘଣ୍ଟା ଅଘୋଷିତ ବିଦ୍ୟୁତ୍‍ କାଟ ହେଉଥିବାବେଳେ ବାକିତକ ସମୟ ଏତେ ଲୋ ଭୋଲଟେଜ ହେଉଛି ଯେ ପଙ୍ଖା ଘୁରୁନାହିଁ, ବିଦ୍ୟୁତ୍‍ ଆଲୋକ ମିଞ୍ଜିମିଞ୍ଜି ଜଳୁଛି ଏବଂ ବିଭିନ୍ନ ବିଦ୍ୟୁତ୍‍ ଉପକରଣ ଅନେକ ସମୟରେ ଅଚଳ ହୋଇଯାଉଛି । ଅଘୋଷିତ ବିଦ୍ୟୁତ୍‍ କାଟ୍‍ ସାଙ୍ଗକୁ ଏହି ଲୋ ଭୋଲଟେଜ ସମସ୍ୟା ଅଞ୍ଚଳବାସୀଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ଏହି ସମସ୍ୟାକୁ ନେଇ ଅଞ୍ଚଳବାସୀ ଓ ବରିଷ୍ଠ ନାଗରିକମାନେ ବିଦ୍ୟୁତ୍‍ ବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।

- Advertisement -

ଅନ୍ୟପଟେ ଚଢା ବିଦ୍ୟୁତ୍‍ ବିଲ କରାଯାଉଛି ଓ ବିଲ୍‍ ଆଦାୟକୁ ଘରୋଇ ଟାଟା କମ୍ପାନୀ ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ ଉପଭୋକ୍ତାଙ୍କର ସମସ୍ୟା ପ୍ରତି ଆଖି ବୁଜିଦେଉଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ବିଭିନ୍ନ କାରଖାନା ଓ ଶିଳ୍ପପତିଙ୍କ ଉପରେ କୋଟିକୋଟି ଟଙ୍କାର ବିଦ୍ୟୁତ୍‍ ବିଲ୍‍ ବାକି ରହୁଥିବାବେଳେ ଗରିବ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ୍‍ ବଣ୍ଟନ କମ୍ପାନୀ ଦାଉ ସାଧୁଥିବା ବରିଷ୍ଠ ନାଗରିକମାନେ ଅଭିଯୋଗ କରିଥିଲେ । ଶ୍ରୀରମ ବରିଷ୍ଠ ନାଗରିକ ସଂଘର ସଭାପତି ଭାଗୀରଥୀ ସାହୁଙ୍କ ନେତୃତ୍ୱରେ ବରିଷ୍ଠ ସଭ୍ୟ କିରଣ ବିହାରୀ ଖଟୁଆ, ପ୍ରମୋଦ କୁମାର ଧଳ, ଚନ୍ଦ୍ରଶେଖର ପରିଡାଙ୍କ ସମେତ ବହୁ ସଦସ୍ୟ ଉପଜିଲ୍ଲାପାଳ ଟାଟା ପାୱାର କମ୍ପାନୀର ନିର୍ବାହୀଯନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories