www.samajalive.in
Saturday, December 6, 2025
23.1 C
Bhubaneswar

ବ୍ୟବସାୟୀଙ୍କ ମହାନତା; ୪୦୦ ବିଦ୍ୟାର୍ଥୀଙ୍କୁ ଦେଉଛନ୍ତି ଫଳ ଓ ବିସ୍କୁଟ

ଆଠଗଡ: ଆଠଗଡର ଜଣେ ଫଳ ବ୍ୟବସାୟୀ ତଥା ପୂର୍ବତନ ପାରିଷଦ ଅଜୟ କୁମାର ବେହେରାଙ୍କ ମହାନତାକୁ ନେଇ ଚର୍ଚ୍ଚା ଚାଲିଛି । ବିଶ୍ୱନାଥ ବିଦ୍ୟାପୀଠ ନିକଟରେ ଫଳ ବ୍ୟବସାୟ କରୁଥିବା ଅଜୟ ପ୍ରତିମାସ ଶେଷ ମଙ୍ଗଳବାର ବିଶ୍ୱନାଥ ବିଦ୍ୟାପୀଠର ୪୦୦ଛାତ୍ରଙ୍କୁ ଗତ ୩ ମାସ ହେବ କଦଳୀ ଓ ବିସ୍କୁଟ ପ୍ୟାକେଟ ଦେଇଆସୁଛନ୍ତି । ଏହି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସଂପୃକ୍ତ ଫଳ ବ୍ୟବସାୟୀ ଅଜୟଙ୍କୁ ପିଲାମାନଙ୍କୁ ଫଳ ଓ ବିସ୍କୁଟ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ଜିଲ୍ଲାପାଳଙ୍କ ପ୍ରସ୍ତାବକୁ ତୁରନ୍ତ ଗ୍ରହଣ କରି ବିଦ୍ୟାଳୟର ପୂରାତନ ଛାତ୍ର ଅଜୟ ଗତ ୩ ମାସ ହେଲାଣି ପ୍ରତିମାସର ଶେଷ ମଙ୍ଗଳବାରରେ ଏହି ମହାନ କାର୍ଯ୍ୟ କରିଆସୁଥିବାରୁ ତାଙ୍କୁ ଜିଲ୍ଲାପାଳଙ୍କ ସମେତ ସ୍କୁଲ କର୍ତ୍ତୃପକ୍ଷ ଏବଂ ପରିଚାଳନା କମିଟି ସଦସ୍ୟ ସାଧୁବାଦ ଜଣାଇଛନ୍ତି । ମଙ୍ଗଳବାର ସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ଉଷାରାଣୀ ପତି, ସରିତା ମିଶ୍ର, ଶିକ୍ଷକ କାଶିନାଥ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ପ୍ରତି ଶ୍ରେଣୀକୁ ଯାଇ ଅଜୟ ପ୍ରତ୍ୟେକ ଛାତ୍ରଙ୍କୁ ବିସ୍କୁଟ ପ୍ୟାକେଟ ଓ କଦଳୀ ପ୍ରଦାନ କରିଥିଲେ । ସେ ଏହି କାର୍ଯ୍ୟ ନିୟମିତ କରିଚାଲିବେ ବୋଲି ପ୍ରକାଶ କରିଛନ୍ତି ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories