www.samajalive.in
Wednesday, December 10, 2025
14.1 C
Bhubaneswar

୮ ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର : ଏକକ ବାତାୟନ କମିଟି ବୈଠକରେ ୮ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ସମସ୍ତ ପ୍ରକଳ୍ପରେ ୧୨୧୪କୋଟି ଟଙ୍କା ବିନିଯୋଗ ହେବ ଏବଂ ୨୪୨୭ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ ବୋଲି ବୈଠକରେ ସୂଚନା ଦିଆଯାଇଛି।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତକୁମାର ଶର୍ମା ପ୍ରକଳ୍ପଗୁଡ଼ିକର ବୈଷୟିକ, ଆର୍ଥିକ ଓ ଭିତ୍ତିଭୂମି ସମ୍ପର୍କିତ ବିଷୟ ଉପସ୍ଥାପନ କରିଥିଲେ। ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ଦେଇ ସେଗୁଡିକର କାର୍ଯ୍ୟ ତ୍ବରାନ୍ବିତ କରିବା ଉପରେ ଶ୍ରୀ ମହାପାତ୍ର ଗୁରୁତ୍ବ ଦେଇଛନ୍ତି। ଏନର୍ଜି ମିନେରାଲ୍ସ ୨୫୬କୋଟି ଟଙ୍କା ପୁଞ୍ଜିନିବେଶରେ ଲୁହାପଥର ବେନିଫିକେସନ ଓ ପେଲେଟ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଏଥିରେ ୨୭୪ ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିବ। ସେହିପରି ଆଇଟିସିର ୧୪୧.୧୪ କୋଟି ଟଙ୍କା ବ୍ୟୟରେ ପଞ୍ଚତାରକା ହୋଟେଲ ପ୍ରତିଷ୍ଠାକୁ କମିଟି ଅନୁମୋଦନ ଦେଇଛି। ଏଥିରେ ୧୨୦ ବ୍ୟକ୍ତିଙ୍କୁ କର୍ମସଂସ୍ଥାନ ମିଳିବ। ଫାଲକନ ରିଅଲ ଇଷ୍ଟେଟ ୯୩.୬୦ କୋଟି ଟଙ୍କାରେ ଖୋର୍ଦ୍ଧାରେ ଥିବା ବିସ୍କୁଟ ଓ କେକ୍ ପ୍ରକଳ୍ପର ସଂପ୍ରସାରଣ କରିବ। ଏଥିରେ ଅଧିକ ୩୫୦ ଲୋକ ନିଯୁକ୍ତି ପାଇବେ। ଇନ୍ଦାଲକ୍ ସ୍ପିରିଟ ୨୦୪.୬୦ କୋଟି ଟଙ୍କା ପୁଞ୍ଜିନିବେଶରେ ଏକ ଶସ୍ୟଭିତ୍ତିକ ଡିଷ୍ଟିଲାରୀ ପ୍ରତିଷ୍ଠା କରିବ। ଏଥିରେ ୧୮୫ ବ୍ୟକ୍ତି କାମ ପାଇବେ। ମାସ ସ୍ପିରିଟ୍ସ ୨୦୪.୬୦ କୋଟି ଟଙ୍କା ପୁଞ୍ଜିନିବେଶରେ ଶସ୍ୟଭିତ୍ତିକ ଡିଷ୍ଟିଲାରୀ ଓ ବଟଲିଂ କାରଖାନା ପ୍ରତିଷ୍ଠା କରିବ। ଏଥିରେ ୧୮୫ଜଣ ନିୟୋଜିତ ହେବେ। ସେହିପରି ସର୍ବେଶ ରିଫ୍ରାକ୍ଟୋରିଜ ସୁନ୍ଦରଗଡ଼ ଜିଲାରେ ଥିବା କାରଖାନାର ସଂପ୍ରସାରଣ କରିବ। ଏଥିରେ ୧୨୩.୨୫ କୋଟି ଟଙ୍କା ପୁଞ୍ଜିନିବେଶ ହେବା ସହ ୨୯୯ଜଣ କର୍ମନିଯୁକ୍ତି ପାଇବେ। ପୁରବ ପ୍ୟାକେଜିଂ ପ୍ରଲି ପ୍ରପେଇନ କାରଖାନା ପ୍ରତିଷ୍ଠା କରିବ। ଏଥିରେ ୬୦କୋଟି ଟଙ୍କା ବିନିଯୋଗ ହେବ ଏବଂ ୬୦ ଜଣ ନିୟୋଜିତ ହେବେ। ଆଜି ଏହି ସମସ୍ତ ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ ମିଳିଛି।
ଆଲୋଚନାରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ସଚିବ ସଞ୍ଜୟ କୁମାର ସିଂ, ଇପିକଲ ସିଏମଡି ନୀତିନ ଭାନୁଦାସ ଜାୱଲେ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories