www.samajalive.in
Tuesday, December 9, 2025
15.1 C
Bhubaneswar

ରାଜ୍ୟର ୭୦୦ଟି ସ୍ଥାନ ଏବେବି ଜଳୁଛି

ଭୁବନେଶ୍ବର/ବାରିପଦା : ବନାଗ୍ନି ପରିଚାଳନା ପାଇଁ ଟାସ୍କଫୋର୍ସ ଗଠନ କରାଯିବା ସହିତ ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ନିଆଁ ଲିଭା କାମରେ ନିୟୋଜିତ କରାଯାଇଛି। ଶୁକ୍ରବାର ରାଜ୍ୟରେ ୭୦୦ଟି ସ୍ଥାନରେ ଜଙ୍ଗଲ ଜଳୁଥିବା ଟାସ୍କାଫେର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି। ମାଲକାନଗିରି, ଗଞ୍ଜାମ, ବଲାଙ୍ଗୀର ଓ ବୌଦ୍ଧରେ ଥିବା ଜଙ୍ଗଲଗୁଡ଼ିକରେ ନିଆଁ ଜଳୁଛି। ଶିମିଳିପାଳରେ ଏବେବି ୯ଟି ସ୍ଥାନରେ ନିଆଁ ଜଳୁଛି।
ଶୁକ୍ରବାର ଅପରାହ୍ନରେ ଶିମିଳିପାଳ ପାଦଦେଶ କରଞ୍ଜିଆରେ ମଧ୍ୟମ ଧରଣର ବର୍ଷା ଓ ପବନ ହୋଇଛି ା ଏହାର ପ୍ରଭାବରେ ଶିମିଳିପାଳ ଅଂଚଳର ଲାଗିଥିବା ନିଆଁ ନିର୍ବାପିତ ହେବାର ସମ୍ଭାବନା ରହିଛି। ଦୁଇ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳରେ ଏନ.ଟି.ସି.ଏ.ର ଆଇଜି ଡ.ଅମିତ ମଲ୍ଲିକ ଓ ଭୁବନେଶ୍ୱରରେ ଅବସ୍ଥାପିତ କେନ୍ଦ୍ରୀୟ ପରିବେଶ ଜଙ୍ଗଲ ମନ୍ତ୍ରାଳୟର ଉପମହାନିର୍ଦେଶକ ସୁବ୍ରତ ମହାପାତ୍ର ଶିମିଳିପାଳ ମଧ୍ୟସ୍ଥ ଉପରବାରାହାକାମୁଡାଠାରେ ଏସଟିଆରର ଅଧିକାରୀମାନଙ୍କ ସହିତ ଶିମିଳିପାଳରେ ଲାଗିଥିବା ନିଆଁର କାରଣ ଓ ନିର୍ବାପନ ପ୍ରକ୍ରିୟା ସଂପର୍କରେ ଆଲୋଚନା କରିଛନ୍ତି।
ତତ୍‌ସହିତ ଶିମିଳିପାଳ ଅଭୟାରଣ୍ୟରେ ବସବାସ କରୁଥିବା ଅଧିବାସୀଙ୍କ ସହିତ ଶିମିଳିପାଳ ନିଆଁ ଲାଗିବାର କାରଣ ସମ୍ପର୍କରେ ଆଲୋଚନା କରିଥିଲେ। କ୍ଷୟକ୍ଷତି ସଂପର୍କରେ ମଧ୍ୟ ସେମାନେ ଅନୁଧ୍ୟାନ କରିଥିବା ଜଣାଯାଇଛି। ଏହି ପ୍ରତିନିଧି ଦଳ ସ୍ଥିତି ଅନୁଧ୍ୟାନ କରି ରାଜ୍ୟ ସରକାର ତଥା ଟାସ୍କ ଫୋର୍ସ କମିଟିକୁ ବୈଷୟିକ ପରାମର୍ଶ ଦେବେ ବୋଲି କୁହାଯାଉଛି।
ଆଜି ଜିଲାର ବିଭିନ୍ନ ଅଂଚଳରେ କୋହଲା ପାଗ ଲାଗି ରହିଛି। ମିଳିଥିବା ସୂଚନା ଅନୁସାରେ ନଅଣାରେ ୬.୮ ମିମି, ପୋଡାଡିହାରେ ୦.୭୬୨ ମିମି, ଭଞ୍ଜବସାରେ ୭.୬୨ ମିମି, ଉପରବାରାହାକାମୁଡାରେ ୩.୨ ମିମି, ଜେନାବିଲରେ ୬.୩୫୦ ମିମି, କବାଟଘାଇରେ ୧.୭୭୮ ମିମି, ଚହଲାରେ ୦.୮ ମିମି, ବରେହିପାଣିରେ ୧.୭୭୮ ମିମି ବର୍ଷା ରେକର୍ଡ କରାଯାଇଛି। ଫରେଷ୍ଟ ଆଇଟି ଓ ଜିଓମେଟିକ ସେଣ୍ଟର ଦ୍ୱାରା ପ୍ରତିଦିନ ଉପଗ୍ରହରୁ ଏଫଏସଆଇ ମାଧ୍ୟମରେ ମିଳୁଥିବା ତଥ୍ୟକୁ ବିଟ୍‌ ସ୍ତରର କର୍ମଚାରୀଙ୍କ ନିକଟକୁ ପଠାଯାଇ ସେଠାରେ ନିଆଁ ଲିଭା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ୯୫ ପ୍ରତିଶତରୁ ଅଧିକ ସ୍ଥାନରେ ନିଆଁ ଲିଭିଥିବାର କୁହାଯାଉଛି। ଶିମିଳିପାଳରେ ନିଆଁ ଲାଗିବା ଫଳରେ ମଣଦା ବନାଞ୍ଚଳରୁ ଦୁଇଟି ହରିଣ ଜଙ୍ଗଲ ବାହାରକୁ ଆସିଥିବା କୁହାଯାଉଛି।
ପଞ୍ଚାୟତିରାଜ ସଂସ୍ଥା ଏବଂ ଏସଏଚଜି ଗ୍ରୁପ ଦ୍ୱାରା ସ୍ଥାନୀୟ ଅଧିବାସୀ ଜଙ୍ଗଲ ସୁରକ୍ଷାରେ ଯୋଗଦାନକୁ ସୁଦୃଢ କରିବା ପାଇଁ ବନଖଣ୍ଡ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି ା ଜିଲାର ଖୁଣ୍ଟା, ବିଶୋଇ, ବାଙ୍ଗିରିପୋଷି ଓ ଯଶିପୁର ଆଦି ଅଞ୍ଚଳରେ ସଚେତନତା ସଭାମାନ କରାଯାଇଛି। ସପ୍ତାହେ ହେବ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡ ଜଙ୍ଗଲରେ ନିଆଁ ଲାଗିଛି। ମୁଜାଗଡ଼ ବନାଞ୍ଚଳ, କେନ୍ଦ୍ରୀୟ ବନାଞ୍ଚଳ, ଗାଲେର ଓ ତାରସିଂ ରେଞ୍ଜରେ ଜଙ୍ଗଲ ଜଳୁଛି। ବଲାଙ୍ଗିର ସହରର ଆଖପାଖରେ ଥିବା ଜଙ୍ଗଲରେ ନିଆଁ ଲାଗିବାରୁ ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ମାଲକାନଗିରି ଜିଲା ମାଥିଲି ବନାଞ୍ଚଳର ଆଦିବାସୀ ଲୋକଙ୍କୁ ସଚେତନ କରୁଛନ୍ତି ବନ ବିଭାଗ କର୍ମଚାରୀ। ମହୁଲ ଫୁଲ ଲାଗି ନିଆଁ ଲଗାଉଥିବାରୁ ଦିନକୁ ଦିନ ମାଲକାନଗିରି ଅଞ୍ଚଳରେ ଜଙ୍ଗଲ ନିଆଁ ଅଣାୟତ୍ତ ହେଉଛି।
ଶିମିଳିପାଳ ନିଆଁର ଭୟାବହତାକୁ ନେଇ ଉଦବେଗ୍ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସେ କହିଛନ୍ତି ଶିମିଳିପାଳ ହେଉଛି ଦେଶର ସବୁଠାରୁ ବଡ ଜୈବ ମଣ୍ଡଳ। ରାଜ୍ୟ ସରକାର ତୁରନ୍ତ ଜାତୀୟ ସ୍ତରରେ ଥିବା ବିଭିନ୍ନ ବିଶେଷଜ୍ଞମାନଙ୍କର ପରାମର୍ଶ ନିଅନ୍ତୁ। ଯେଉଁ ଜଙ୍ଗଲରେ ନିଆଁ ଲାଗିଛି ସେହି ଅଞ୍ଚଳର ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ ମଧ୍ୟ ଏହି ଦିଗରେ ସାମିଲ କରାଯାଉ। ସ୍ଥାନୀୟ ସାଧାରଣ ଲୋକମାନଙ୍କ ସହଭାଗିତାରେ ହିଁ ଜଙ୍ଗଲ ସୁରକ୍ଷା ହୋଇପାରିବ ଏକଥା ସରକାର ନ ଭୁଲନ୍ତୁ ବୋଲି ଶ୍ରୀ ନାଏକ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories