୭୯ତମ ଫୁଟବଲ ଚାମ୍ପିୟାନସିପ୍ – ୨୦୨୪ ଉଦଘାଟିତ
ଡେସ୍କ: ଓ.ଏସ.ଏ.ପି ଷଷ୍ଠ ବାଟାଲିୟନ୍ ପରିସରରେ ୭୯ତମ ଫୁଟବଲ ଚାମ୍ପିୟାନସିପ୍ – ୨୦୨୪ ଶୁଭାରମ୍ଭ ହୋଇଯାଇଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ରାଜେଶ କୁମାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ଏହି ଚାମ୍ପିୟାନସିପରେ ସାରା ରାଜ୍ୟର ୪୩ଟି ଜିଲ୍ଲା ଏବଂ ବାଟାଲିୟନର ପୋଲିସ ଟିମ ଅଂଶଗ୍ରହଣ କରିଥିବା ବେଳେ ସମୁଦାୟ ୮୩୪ ଜଣ ଖେଳାଳି ସାମିଲ ହୋଇଛନ୍ତି। ୪ଟି ଗ୍ରାଉଣ୍ଡରେ ଏହି ଚମ୍ପିୟାନସିପ୍ ଅନୁଷ୍ଠିତ ହେଉଛି। ଷଷ୍ଠ ବାଟାଲିୟନ୍ ବ୍ୟତୀତ ରେଭେନ୍ସା ପଡିଆ, ସିଆରଆରଆଇ ପଡିଆ ଏବଂ ଖାନନଗର ପଡିଆରେ ଏହି ଖେଳ ଜାରି ରହିଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହି ଖେଳ ଚାଲିବ। ଫାଇନାଲ ବିଜେତା ଟିମକୁ ଟ୍ରଫି ପ୍ରଦାନ କରାଯିବ। ଏହା ସହ ଚମତ୍କାର ଖେଳ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ନେଇ ଓଡିଶା ପୋଲିସ ଫୁଟବଲ ଟିମ ଗଠନ କରାଯିବ। ସେହି ଟିମ ସାରା ଦେଶରେ ଆୟୋଜିତ ହେଉଥିବା ବିଭିନ୍ନ ରାଜ୍ୟର ପୋଲିସ ଫୁଟବଲ ଟିମ ସହ ମ୍ୟାଚ ଖେଳିବ ବୋଲି ସୂଚନା ମିଳିଛି।
ଆଜିର ପ୍ରଥମ ମ୍ୟାଚ ଓ.ଏସ.ଏ.ପି ଷଷ୍ଠ ବାଟାଲିୟନ୍ ଓ କେନ୍ଦ୍ରାପଡା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଓ.ଏସ.ଏ.ପି ଷଷ୍ଠ ବାଟାଲିୟନ୍ ୩-୦ ଗୋଲରେ କେନ୍ଦ୍ରପଡା ଦଳକୁ ପରାସ୍ତ କରିଥିଲା। ସେହିପରି ଦ୍ଵିତୀୟ ମ୍ୟାଚ ଓଏସଏପି ତୃତୀୟ ଏସଏସବିଏନ, ଗଜପତି, ୪ର୍ଥ ଆଇଆରବିଏନ, ଦେଓଗଡ ମଧ୍ୟରେ କୌଣସି ଗୋଲ ବିନା ଡ୍ର ରହିଥିଲା। ତୃତୀୟ ମ୍ୟାଚରେ ଓଏସଏପି ୫ମ ବିଏନ ବାରିପଦା, ୩ୟ ଆଇଆରବିଏନ, ଯାଜପୁରକୁ ୨-୧ ଗୋଲରେ ପରାସ୍ତ କରିଥିଲା। ଚତୁର୍ଥ ମ୍ୟାଚରେ ବାଲେଶ୍ଵର ଦଳ, ଓଏସଏପି ୪ର୍ଥ ଏସଏସବିଏନ, ମାଲକାନଗିରିକୁ ୪-୦ ଗୋଲରେ ପରାସ୍ତ କରିଥିଲା। ସେହିପରି ପଞ୍ଚମ ମ୍ୟାଚରେ ସମ୍ବଲପୁର ଦଳ ବଲାଙ୍ଗିର ଠାରୁ ୧-୦ ଗୋଲରେ ବିଜୟ ଲାଭ କରିଥିଲା। ଷଷ୍ଠ ମ୍ୟାଚରେ କମିଶନରେଟ-ଏ ଦଳ, ଓଏସଏପି ୮ମ ବିଏନ, ଛତ୍ରପୁରକୁ ୪-୦ ଗୋଲରେ ପରାସ୍ତ କରିଥିଲା। ସପ୍ତମ ମ୍ୟାଚଟି କୋରାପୁଟ ଓ କନ୍ଧମାଳ ଦଳ ମଧ୍ୟରେ କୌଣସି ଗୋଲ ବିନା ଡ୍ର ରହିଥିଲା। ଅଷ୍ଟମ ମ୍ୟାଚରେ ସୁନ୍ଦରଗଡ ଦଳ, ଖୋର୍ଦ୍ଧା ବିରୁଦ୍ଧରେ ୩-୦ ଗୋଲରେ ବିଜୟ ଲାଭ କରିଥିଲା। ନବମ ମ୍ୟାଚରେ ବରହମପୁର ଦଳ, ଓଏସଏପି ୩ୟ ବିଏନ, କୋରାପୁଟକୁ ୩-୧ ଗୋଲରେ ପରାସ୍ତ କରିଥିଲା। ସେହିପରି ଦଶମ ମ୍ୟାଚଟି ପୁରୀ ଓ ୭ମ ଏସଆଇଆରବିଏନ, କୋରାପୁଟ ମଧ୍ୟରେ ୨-୨ ଗୋଲରେ ଡ୍ର ହୋଇ ସମାପ୍ତ ହୋଇଥିଲା। ଏଗାରତମ ମ୍ୟାଚରେ ଗଞ୍ଜାମ ଦଳ, କେନ୍ଦୁଝର ଦଳ ଠାରୁ ୩-୧ ଗୋଲରେ ବିଜୟ ଲାଭ କରିଥିଲା।
ଆଜିର ଏହି ଉଦଘାଟନ ସମାରୋହରେ ଆଇଜିପି ଗଜଭିୟେ ସତୀଶ କୁମାର ଉପସ୍ଥିତ ଥିବା ବେଳେ କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ, ଏଆଇଜି ସୁରେଶ ନାଏକ, ଡେପୁଟି କମାଣ୍ଡାଣ୍ଟ ଅନିଲ ପ୍ରଧାନ,ଡେପୁଟି କମାଣ୍ଡାଣ୍ଟ ଭଵାନୀ ଶଙ୍କର ସେଠ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାନ୍ଧାତା ସାଇ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.