ପାରାଦୀପରେ ୭୮ ବାଂଲାଦେଶୀ ଅଟକ

ପାରାଦୀପ: ଭାରତୀୟ ଜଳ ସୀମାରେ ପ୍ରବେଶ କରିଥିବା ୭୮ଜଣ ବାଂଲାଦେଶୀ ନାଗରିକଙ୍କୁ ପାରାଦୀପରେ ଅଟକ ରଖାଯାଇଛି। ଦୁଇଟି ବୋଟ୍ରେ ୭୮ ଜଣ ବାଂଲାଦେଶୀ ଥିବା ଜଣାପଡ଼ିଛି। ତଟରକ୍ଷୀ ବାହିନୀ ସମସ୍ତ ବାଂଲାଦେଶୀଙ୍କୁ ଅଟକ ରଖିଛନ୍ତି। ସମସ୍ତେ ସୁସ୍ଥ ଅଛନ୍ତି। ସେମାନେ ମାଛ ଧରିବାକୁ ଆସିଥିବାବେଳେ ଭାରତୀୟ ସୀମାକୁ ଚାଲି ଆସିଥିବା ସନ୍ଦେହ କରାଯାଉଛି। ତଟରକ୍ଷୀ ସେମାନଙ୍କୁ ସନ୍ଧ୍ୟାସୁଦ୍ଧା ମେରାଇନ ପୁଲିସକୁ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି।
Comments are closed.