www.samajalive.in
Friday, December 5, 2025
20.1 C
Bhubaneswar

କରୋନା ଅପଡେଟ – କର୍ଣ୍ଣାଟକରେ ଦେଶର ପ୍ରଥମ କରୋନା ସଂକ୍ରମଣ ମୃତ୍ୟୁ

ସମାଜ ପୋର୍ଟାଲ ଡେସ୍କ: କର୍ଣ୍ଣାଟକର ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ସହ ଦେଶରେ କରୋନା ସଂକ୍ରମଣ ଜନିତ ପ୍ରଥମ ମୃତ୍ୟୁ ଘଟିଛି। ଏ ନେଇ କେନ୍ଦ୍ର ସରକାର କହିଛନ୍ତି ଯେ ସେହି ବୟସ୍କ ରୋଗୀ ମଧୁମେହ, ଉଚ୍ଚ ରକ୍ତଚାପ ଓ ଆଜ୍‌ମା ରୋଗରେ ପୀଡିତ ଥିଲେ ଏବଂ ତାଙ୍କ ରକ୍ତ ନମୁନାରେ କରୋନା ଭୁତାଣୁ ସଂକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଥିଲା। ସେ ଜାନୁଆରୀ ୨୯ରେ ସାଉଦି ଆରବ ଗସ୍ତ କରିଥିଲେ ଓ ଏକ ମାସ ପରେ ଅର୍ଥାତ ଫେବୃଆରୀ ୨୯ରେ ଭାରତ ଫେରିଥିଲେ। ଫେରିବା ସମୟରେ ତାଙ୍କ ଦେହରେ ଅସ୍ୱାଭାବିକ ଲକ୍ଷଣ ପ୍ରକାଶ ପାଇଥିଲା ଓ ସେ ଆସିବାର ଏକ ସପ୍ତାହ ପରେ ଜ୍ୱର ଏବଂ କାଶରେ ପୀଡିତ ହୋଇଥିଲେ।

- Advertisement -

ସମ୍ପୃକ୍ତ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଉଚ୍ଚ ରକ୍ତଚାପ ଥିଲା ଏବଂ ସେ ଆଜ୍‌ମା ରୋଗରେ ମଧ୍ୟ ପୀଡିତ ଥିଲେ। ତେବେ ସେହି ବ୍ୟକ୍ତିଙ୍କୁ କାଲାବୁରାଗିର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ପୀଡିତାଙ୍କୁ ମିଡ୍ ଜୋନ୍ ନିମୋନିଆ ସଂକ୍ରମଣ ହୋଇଥିବା ଜଣାପଡିବା ପରେ କରୋନା ସଂକ୍ରମଣ ସନ୍ଦେହ କରାଯାଇଥିଲା। ମାର୍ଚ୍ଚ ୯ରେ ତାଙ୍କ ଠାରୁ ରକ୍ତ ଓ ଲାଲ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ବେଙ୍ଗାଲୁରୁକୁ ପଠାଯାଇଥିଲା। ପରୀକ୍ଷା ଫଳାଫଳକୁ ଅପେକ୍ଷା ନକରି ସେହି ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କ କଥା ନ ମାନି ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।

କର୍ଣ୍ଣାଟକ ସରକାର କହିଛନ୍ତି ଯେ ଜିଲ୍ଲାର ଡେପୁଟି କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ କାଲାବୁରାଗି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସେହି ରୋଗୀର ସମ୍ପର୍କୀୟଙ୍କୁ ଭେଟି ରୋଗୀଙ୍କୁ ଏକ ଅଲଗା ୱାର୍ଡକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲେ ମଧ୍ୟ ସମ୍ପର୍କୀୟମାନେ ରୋଗୀକୁ ହାଇଦ୍ରାବାଦ ନେଇଥିଲେ। ତେବେ ମାର୍ଚ୍ଚ ୧୦ରେ କାଲାବୁରାଗିସ୍ଥିତ ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories