www.samajalive.in
Saturday, December 6, 2025
17.1 C
Bhubaneswar

ସଂସଦରେ କରୋନା ଯାଞ୍ଚ ବ୍ୟବସ୍ଥା ପାଇଁ ପରାମର୍ଶ ଦେଲେ ବିଜେଡି ସାଂସଦ ପିନାକି ମିଶ୍ର

ସମାଜ ପୋର୍ଟାଲ ଡେସ୍କ: କରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସଂସଦରେ ଏହାର ଯାଞ୍ଚ ବ୍ୟବସ୍ଥା ସ୍ୱରୂପ ଥର୍ମାଲ୍ ଇମେଜର୍ ସ୍ଥାପନ କରିବାକୁ ବିଜୁ ଜନତା ଦଳ ସାଂସଦ ପିନାକି ମିଶ୍ର ଗୁରୁବାର ଲୋକସଭାରେ ପରାମର୍ଶ ଦେଇଛନ୍ତି। ଲୋକସଭାରେ ପ୍ରଶ୍ନ କାଳରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏହି ଭୁତାଣୁ ସଂକ୍ରମଣ ରୋକିବା ଏବଂ ସୂଚନା ପ୍ରଦାନ କରିବା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ସାଂସଦ ପିନାକି ଏହି ପରାମର୍ଶ ଦେଇଛନ୍ତି।

ସେ ପଚାରି ଥିଲେ ଯେ ଥର୍ମାଲ୍ ଇମେଜରର ମୂଲ୍ୟ କେତେ ହେବ? ଯଦି ଏହା ମହଙ୍ଗା ନୁହେଁ, ତେବେ ଏହାକୁ ସଂସଦରେ ସ୍ଥାପନ କରାଯାଉ ବୋଲି ସେ କହିଥିଲେ। ଇରାନରେ ୨୩ ଜଣ ସାଂସଦ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ପ୍ରସଙ୍ଗ ଉତଥାପନ କରି ସେ ଥର୍ମାଲ୍ ଇମେଜର ସ୍ଥାପନ ପାଇଁ ଦାବି ଜଣାଇଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories