www.samajalive.in
Saturday, December 6, 2025
16.1 C
Bhubaneswar

ୟୁଏଇ ଏବଂ ସିଙ୍ଗାପୁର ଭଳି ଭାରତରେ ନିର୍ମାଣ ହେବ ୭୦ ମହଲା ବିଶିଷ୍ଟ ଅଟ୍ଟାଳିକା, ଏହି ରାଜ୍ୟକୁ ମିଳିଛି ଅନୁମତି

ନୂଆଦିଲ୍ଲୀ : ୟୁଏଇ ଏବଂ ସିଙ୍ଗାପୁର ସହରର ବଡ ବଡ ଅଟ୍ଟାଳିକା ଉପରେ ସମସ୍ତଙ୍କ ଆଖି କିଛି ସମୟ ପାଇଁ ଅଟକିଯାଏ। ଲୋକମାନେ ଏହିପରି ଅଟ୍ଟାଳିକା ଦେଖିବାକୁ ବିଦେଶ ଯିବାକୁ ଇଚ୍ଛା କରନ୍ତି। କିନ୍ତୁ ଏବେ ସେଭଳି ଅଟ୍ଟାଳିକା ଦେଖିବା ଲାଗି ଆଉ ବିଦେଶ ଯିବା ଆବଶ୍ୟକ ପଡିବ ନାହିଁ। କାରଣ ଭାରତରେ ମଧ୍ୟ ୭୦ ମହଲା ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ ହେବାକୁ ଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଗୁଜୁରାଟ ସରକାର ରାଜ୍ୟର ପାଞ୍ଚଟି ସହରରେ ସେଭଳି ୭୦ ମହଲା ବିଶିଷ୍ଟ ଅଟ୍ଟାଳିକା ନିର୍ମାଣକୁ ଯୋଜନା କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଏହି ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଏହି ସହରଗୁଡ଼ିକ ମଧ୍ୟରେ ଅହମ୍ମଦାବାଦ, ସୁରଟ, ଭଦୋଦରା, ରାଜକୋଟ ଏବଂ ଗାନ୍ଧିନଗର ରହିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୫୦ରୁ ୬୦ ମହଲା ବିଶିଷ୍ଟ ଅଟ୍ଟାଳିକା ଖୁବ୍ କମ୍ ଦେଖିବାକୁ ମିଳୁଛି। ତାହା ପୁଣି କେବଳ ଦିଲ୍ଲୀ, କୋଲକାତା ଏବଂ ମୁମ୍ବାଇରେ ଦୃଶ୍ୟମାନ ହେଉଛି।

- Advertisement -

ଏହା ବିଷୟରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି କହିଛନ୍ତି ଯେ, ରାଜ୍ୟକୁ ବିଶ୍ୱ ମାନଚିତ୍ରରେ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ଯୋଜନା ହାତକୁ ନିଆଯାଇଛି। ଏହା ସହ ଗୁଜରାଟର ଭିତ୍ତିଭୂମିର ବିଶ୍ୱବ୍ୟାପୀ ପ୍ରଦର୍ଶନ ହୋଇପାରିବ। ଏଥିସହ ରାଜ୍ୟରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଯଦି ଦେଶର ସର୍ବୋଚ୍ଚ ଅଟ୍ଟାଳିକା ବିଷୟରେ କଥା ହେବା ତାହା ହେଉଛି କୋଲକାତାର ଡି-୪୨। ଏହା ୬୫ ମହଲା ବିଶିଷ୍ଟ ଏବଂ ଏହାର ଲମ୍ବ ୨୬୮ ମିଟର। ଏହା ପୂର୍ବରୁ ମୁମ୍ବାଇର ଇମ୍ପେରିଆଲ୍ ବିଲ୍ଡିଂକୁ ଉଚ୍ଚତମ ଅଟ୍ଟାଳିକା ଭାବେ ଜଣାଯାଉଥିଲା। ଏହା ବ୍ୟତୀତ କୋଲକାତାରେ ୧୩ଟି ହଟ୍ଟାଳିକା ରହିଛି, ଯାହାର ଲମ୍ବ ୧୦୦ ମିଟରରୁ ଅଧିକ। ଅନ୍ୟପକ୍ଷରେ ଯଦି ଦେଶର ଉଚ୍ଚତମ ଅଟ୍ଟାଳିକାର ତାଲିକା ବାହାର କରାଯାଏ, ତେବେ ୧୦ଟି ଉଚ୍ଚତମ ଅଟ୍ଟାଳିକାର ମଧ୍ୟରୁ ମୁମ୍ବାଇରେ ୯ଟି ରହିଛି। ଉଚ୍ଚତମ ଅଟ୍ଟାଳିକା ନିର୍ମାଣରେ ଚୀନ୍ ୧୦ ବର୍ଷ ଧରି ବିଶ୍ୱର ଏକ ନମ୍ବରରେ ରହିଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories