www.samajalive.in
Sunday, December 14, 2025
23.1 C
Bhubaneswar

ଅବସରପ୍ରାପ୍ତ ବନ ଅଧିକାରୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିେଯାଗରେ ଅବସରପ୍ରାପ୍ତ ବାଲୁଗାଁ ଫରେଷ୍ଟ ରେଞ୍ଜ ଅଧିକାରୀ ଅଭୟ କୁମାର ଜେନାଙ୍କ ବାସ ଭବନ ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢଉ କରାଯାଇଛି। ଚଢଉ ସମୟରେ ଶ୍ରୀ ଜେନାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ ୪ କୋଟି ୩୭ଲକ୍ଷ ୭୯ ହଜାର ୯୫୦ ଟଙ୍କା ଆକଳନ କରାଯାଇଛି। ମଙ୍ଗଳବାର ଶ୍ରୀ ଜେନାଙ୍କ କଟକ ତୁଳସୀପୁରସ୍ଥିତ ବାସଭବନ, ଭୁବନେଶ୍ବରରେ ଥିବା ତିନି ମହଲା କୋଠା, କେନ୍ଦ୍ରାପଡା ବଙ୍ଗଳାପୁରସ୍ଥିତ ପୈତୃକ ବାସଭବନ ଓ ସମ୍ପର୍କୀୟଙ୍କ ବାସଭବନ ଏବଂ ବାଲୁଗାଁସ୍ଥିତ ସରକାରୀ ବାସଭବନ ଉପରେ ଚଢଉ କରାଯାଇଥିଲା। ଚଢଉ ବେଳେ ଶ୍ରୀ ଜେନାଙ୍କର ଭୁବନେଶ୍ବରରେ ତିନିମହଲା ଓ କଟକରେ ଦୁଇମହଲା କୋଠା ଠାବ କରାଯାଇଛି। ଏଥିସହ ଭୁବନେଶ୍ବର, ବାରଙ୍ଗ ଓ ଜଟଣୀରେ ୯ଟି ପ୍ଲଟ, କେନ୍ଦ୍ରାପଡା ବଙ୍ଗଳାପୁର ପୈତୃକ ବାସଭବନ, ବିଭିନ୍ନ ବ୍ୟାଙ୍କରେ ଜମା ଆକାରରେ ୫୬ଲକ୍ଷ ୮ହଜାର ୪୭୩ଟଙ୍କା, ଦୁଇଟି କାର, ଗୋଟିଏ ଦୁଇଚକିଆ ଯାନ, ସୁନା ଓ ରୂପା ଅଳଙ୍କାର, ନଗଦ ଟଙ୍କା ସମେତ ଦାମୀ ଗୃହୋପକରଣ ଥିବା ଜଣାପଡିଛି। ଶ୍ରୀ ଜେନା ଓ ତାଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ ୪ କୋଟି ୩୭ଲକ୍ଷ ୭୯ହଜାର ୯୫୦ ଟଙ୍କା ଆକଳନ କରାଯାଇଥିଲା ବେଳେ ତଦନ୍ତ ଜାରି ରହିଛି।

Hot this week

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

Related Articles

Popular Categories