ବୁର୍ଲା : ବୁର୍ଲା ଲକ୍ଷ୍ମୀପୂଜା ଛକ ନିକଟରେ ଗତକାଲି ବୁର୍ଲା ପୁଲିସ ଚଢାଉ କରି ୭ ଜଣ ଜୁଆଡୀ ଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ୭୧ ହଜାର ୮୧୦ ଟଙ୍କା ପୁଲିସ ଜବଦ କରିବା ସହିତ ୫୨ ଟି ତାସ ଏବଂ ଖେଳରେ ବ୍ୟବହାର କରାଯାଇଥିବା ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଥିବା ଜଣାପଡିଛି। ତେବେ ଏହି ଘଟଣା ରେ ଗିରଫ ହୋଇଥିବା ୭ ଜଣଙ୍କୁ ପୁଲିସ ଗତକାଲି ରାତିରେ ହିଁ ଥାନାରୁ ଜାମିନରେ ତାଙ୍କୁ ଦେଇଥିବା ଜଣାପଡିଛି।
ତେବେ ଏହି ୭ ଜଣଙ୍କ ମଧ୍ୟରେ ବୁର୍ଲା ସହରର ପ୍ରଭାବଶାଳୀ ବ୍ୟକ୍ତି ବୋଲି ଜଣାପଡିଛି। ସୁରେନ୍ଦ୍ର ବିଶ୍ୱାଳ, ସନ୍ତୋଷ ସାହୁ, ସନ୍ତୋଷ ସେଠୀ, ହରିଶଙ୍କର ପଣ୍ଡା, ସୁଶିଲ କୁମାର ନିଆଲ, ଜ୍ୟୋତିପ୍ରକାଶ ମହାପାତ୍ର ଏବଂ ସରୋଜ ବେହେରା ପ୍ରମୁଖଙ୍କୁ ପୁଲିସ ଗିରଫ୍ କରିଥିବା ପୁଲିସ ସୁତ୍ରରୁ ପ୍ରକାଶ। ସୂଚନା ଥାଉକି ଗତକାଲି ରାତି ସମୟ ପ୍ରାୟ ୯ ଟା ୩୦ ମିନିଟରେ ଲକ୍ଷ୍ମୀପୂଜା ଛକ ନିକଟରେ ଥିବା ପିପଲ ଗଛ ପାଖରେ ଏହି ଜୁୟା ଖେଳ ଚାଲିଥିବା ପୁଲିସ ପାଖରେ ଖବର ପହଞ୍ଚିଥିଲା। ଏହାପରେ ବୁର୍ଲା ପୁଲିସର ଏକ ଟିମ ଅଚାନକ ସେଠାରେ ଚଢାଉ କରିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।



