nua o banner

ପୃଥକ୍‍ ସଡ଼କ ଦୁର୍ଘଟଣାରେ ୭ ମୃତ

BJD Bijuli 480×75 Mob
0

ପରଜଙ୍ଗ/ଚିକିଟି/ପାରଳାଖେମୁଣ୍ଡି: ରାଜ୍ୟର ତିନିଟି ପୃଥକ୍‍ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲା ପରଜଙ୍ଗ ନିକଟସ୍ଥ ଜାତୀୟ ରାଜପଥରେ ଏକ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ସୁନ୍ଦରଗଡ଼ ଜିଲା ଯୁବ ବିଜେଡ଼ି ଉପସଭାପତିଙ୍କ ଓ ତାଙ୍କ ସାଥୀଙ୍କ ମୃତ୍ୟୁ ଘଟିଥିବାବେଳେ ଗଞ୍ଜାମ ଜିଲା ଚିକିଟିରେ ଏକ ମିନିବସ୍‍ ଦୁଇ ବାଇକ୍‍କୁ ଧକ୍କା ଦେବାରୁ ତିନିଜଣଙ୍କ ପ୍ରାଣହାନି ଘଟିଛି। ଅନ୍ୟପକ୍ଷରେ ଗଜପତି ଜିଲା ଗୁମ୍ମା ବ୍ଲକ୍‍ ପାରସମ୍ବା ଗାଁ ନିକଟରେ ବାଇକ୍‍ ଦୁର୍ଘଟଣାରେ ବାପା ଓ ୮ ବର୍ଷର ପୁଅର ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁଯାୟୀ, ଭୁବନେଶ୍ୱରରୁ ରାଉରକେଲା ଫେରୁଥିବା ସୁନ୍ଦରଗଡ଼ ଜିଲା ଉପସଭାପତି ଅନିଲ ସାଗର (୩୨)ଙ୍କ କାର୍‍
ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ୫୩ ନମ୍ବର ଜାତୀୟ ରାଜପଥ ବିଛାନାଳୀ ଛକଠାରେ ଭାରସାମ୍ୟ ହରାଇବାରୁ ଅନୀଲ ଓ ତାଙ୍କ ସାଥୀ ଉମେଶ ନନ୍ଦଙ୍କ ମୃତ୍ୟୁ ଘଟିଛି। ଗାଡ଼ିଚାଳକ ଦୀପକ ରଥ ଓ ଅନ୍ୟତନ ସାଥୀ ଯସ୍ମିନ୍‍ ସିଂହ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସାଗରଙ୍କୁ ପ୍ରଥମେ ତାଳଚେର ମଣ୍ଡାପାଳ ଡ଼ାକ୍ତରଖାନା ଓ ପରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗାଡ଼ିଚାଳକଙ୍କ ସୂଚନାନୁଯାୟୀ କାରଟି ପ୍ରାୟ ୧୦୦କିମି ବେଗରେ ଥିବାବେଳେ ସମ୍ମୁଖରେ ବସିଥିବା ଯାତ୍ରୀ ହଠାତ ଭାରସାମ୍ୟ ହରାଇ ଷ୍ଟିଏରିଂ ଧରିନେବାରୁ ଗାଡ଼ିଟି ନିୟନ୍ତ୍ରଣ ହରାଇଥିଲା।
ସେହିଭଳି କେ.ନୂଆଗାଁ ଥାନା ଚିକିଟି ଉପକଣ୍ଠ ଲିଆଖାଇଠାରେ ବୁଧବାର ଏକ ମିନିବସ୍‍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଦିଗପହଣ୍ଡିରୁ ଚିକିଟି ଆସୁଥିବା ଏକ କ୍ୟାଣ୍ଟର ଅପରାହ୍ନରେ କୋଳଥିଆ ନିକଟରେ ଉକ୍ତ ଗ୍ରାମର ଏ.କନିଆରୀ(୬୫)ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ଧକ୍କା ଦେଇଥିଲା। ଏଥିରେ ଭାରସାମ୍ୟ ହରାଇ ବସ୍‍ଟି ଦ୍ରୁତଗତିରେ ଯାଉଥିବାବେଳେ ସମ୍ମୁଖପଟୁ ଆସୁଥିବା ଅନ୍ୟଏକ ବାଇକ୍‍କୁ ଧକ୍କା ଦେଇଥିଲା। ବାଇକ୍‍ରେ ଦିଗପହଣ୍ଡି ଥାନା ଦୁଆରି ଗାଁର ଲକ୍ଷ୍ମୀ ପ୍ରଧାନ(୫୫),ତାଙ୍କ ପତ୍ନୀ ନରୋତ୍ତମା ପ୍ରଧାନ(୪୫) ଏବଂ ନାତୁଣି ଅଲିଭା ପ୍ରଧାନ(୧୦)ଙ୍କ ବାଇକ୍‍କୁ ଘୋଷାରି ନେଇଥିଲା। ଘଟଣାସ୍ଥଳରେ କନିଆରୀ ଓ ଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଥିବାବେଳେ ନରୋତ୍ତମା ଓ ଅଲିଭାଙ୍କୁ ଚିକିତ୍ସା ପାଇଁ ଚିକିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଖାନାରେ ଅଲିଭାର ମୃତ୍ୟୁ ହୋଇଯାଇଥିଲା। ଗୁରୁତର ଆହତ ନରୋତ୍ତମାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣା ପରେ ମିନି ବସ୍‍ଟି ୫ଫୁଟ ଖାଲକୁ ଖସପଡିଥଲା। ତେବେ ସେଥିରେ ଥିବା ୩୫ଜଣ ଯାତ୍ରୀ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଦୀର୍ଘ ୫ଘଣ୍ଟା ଧରି ଚିକିଟି-ଦିଗପହଣ୍ଡି ରାସ୍ତା ଅବରୋଧ କରିଥିଲେ।
ସେହିପରି ଗଜପତି ଜିଲା ଗୁମ୍ମା ବ୍ଳକ ପାରସମ୍ବା ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ବାପା-ପୁଅଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଘର ତୁମୁଳ ଗ୍ରାମରେ। ସେମାନେ ପାରସମ୍ବା ଗ୍ରାମରୁ ନିଜ ଗ୍ରାମ ତୁମୁଳ ଯାଉଥିଲେ। ପାରସମ୍ବାଠାରୁ କିଛି ଦୂରରେ ନିୟନ୍ତ୍ରଣ ହରାଇବାରୁ ବାଇକ ରାସ୍ତା ପାର୍ଶ୍ବ ଏକ ଗଛରେ ପିଟି ହୋଇଯାଇଥିଲା। ଏଥିରେ ବାପା ଓ ପଛରେ ବସିଥିବା ୮ ବର୍ଷର ପୁଅର ମୃତ୍ୟୁ ହୋଇଛି।

Leave A Reply