ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଉତ୍ତରପ୍ରଦେଶର ବାହୁବଳୀ ନେତା ଧନଞ୍ଜୟ ସିଂହଙ୍କୁ ୭ ବର୍ଷ ଜେଲ୍..

କଂଗ୍ରେସକୁ ବାହୁଡ଼ିଲେ ଶ୍ରୀକାନ୍ତ ଜେନା.. ନୂଆଦିଲ୍ଲୀରେ ଏଆଇସିସିର ମୁଖ୍ୟ କାର୍ଯ୍ୟାଳୟରେ ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ଦଳରେ ସାମିଲ..

ଘସିପୁରା ଥାନା ଧକୋଠା ଗ୍ରାମର ବହୁଚର୍ଚ୍ଚିିତ ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡ.. ୫ ଦୋଷୀଙ୍କୁ ମୃତ୍ୟୁଦଣ୍ଡ.. ନାବାଳକ ଅଭିଯୁକ୍ତ ପ୍ରମୋଦର କେନ୍ଦୁଝର ନାବାଳକ ଅଦାଲତରେ ହେବ ଶୁଣାଣି..

ନୂଆଦିଲ୍ଲୀରେ ଚାଲିଛି ବିଜେପିର କୋର୍‌ କମିଟି ବୈଠକ..

ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ..

ବିଜେପିରେ ମିଶିଲେ ନାଲକୋର ପୂର୍ବତନ ସିଏମଡି ତପନ ଚାନ୍ଦ୍‌..

ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ .. ମେ’ ପହିଲାଠାରୁ ହିତାଧିକାରୀମାନେ ଏହାର ସୁବିଧା ପାଇପାରିବେ..

ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶର ସର୍ବପ୍ରଥମ ଅଣ୍ଡରୱାଟର ମେଟ୍ରୋ ଟନେଲ ଉଦଘାଟିତ..

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ରାତିସାରା ଜେରା କଲା ଇଡି.. ୧୮ ଘଣ୍ଟାର ଜେରା ପରେ ଭୋର୍ ସାଢେ ୪ଟା​ରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ପ୍ରୟାସକାନ୍ତି..

ଢେଙ୍କାନାଳ ଜିଲ୍ଲା ଭୁବନରେ ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କୁ ନିଶା ଦେଇ ଲୁଟ୍.. ୧୫ ଶହ ଟଙ୍କା ଆଡଭାନ୍ସ ଦେଇ ୯୦ ହଜାର ଲୁଟି ନେଲେ ଦୁର୍ବୁତ୍ତ..

ଚଳିତବର୍ଷ ପ୍ରଥମଥର ପାଇଁ ୩୮ ଡିଗ୍ରୀ ଅତିକ୍ରମ କଲା ପାରଦ.. ଗତକାଲି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପମାତ୍ରା ୩୮.୨ ଡିଗ୍ରୀ ରେକର୍ଡ.. ଆଗାମୀ ୪ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା..

ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ..ଚଳଚଞ୍ଚଳ ପୁରୀର ପ୍ରସିଦ୍ଧ ଶ୍ରୀ ଲୋକନାଥଙ୍କ ପୀଠ.. ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଗହଳି..

Comments are closed.