www.samajalive.in
Monday, December 15, 2025
17.1 C
Bhubaneswar

କୃଷି ଓ କୃଷକର ଉନ୍ନତି ପାଇଁ ସମବାୟ ବ୍ୟାଙ୍କ ପ୍ରତିଶ୍ରୁତିବଦ୍ଧ : ସଭାପତି

କେନ୍ଦୁଝରଗଡ଼ : କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ୬୯ତମ ବାର୍ଷିକ ସାଧାରଣ ସଭା ଶୁକ୍ରବାର ସହର ଉପକଣ୍ଠ ମଣ୍ଡୁଆସ୍ଥିତ ଜିଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି ସଭାରେ ଅଧ୍ୟକ୍ଷତା କରି ବ୍ୟାଙ୍କ ଲାଭ ପରିବର୍ତ୍ତେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସର୍ବଦା ପ୍ରାଧାନ୍ୟ ଦେଇ ଆସିଛି ବୋଲି କହିଥିଲେ। କେନ୍ଦୁଝର ଜିଲାରେ ସମବାୟ ବ୍ୟାଙ୍କ ପ୍ରତି ଦିନକୁ ଦିନ ଚାଷୀ ଓ ଗ୍ରାହକଙ୍କ ଆସ୍ଥା ବଢ଼ୁଥିବାରୁ ଏହାକୁ ଆଖିଆଗରେ ରଖି ଶାଳନିଆଁ ଓ ଜଗମୋହନପୁର ଠାରେ ଖୁବ୍‌‌ ଶୀଘ୍ର ନୂତନ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ପହି ଘୋଷଣା କରିଥିଲେ। ସମବାୟ ବ୍ୟାଙ୍କ ଲାଭ ପରିବର୍ତ୍ତେ ହିତାଧିକାରୀଙ୍କୁ କିଭଳି ବ୍ୟାଙ୍କ ମାଧ୍ୟମରେ ସେବା ଯୋଗଇ ଆସୁଛି ତାହାରି ଉପରେ ଅବତାରଣା କରିବା ସହ ଏଥି ପ୍ରତି ଅଧିକାରୀ ଓ କର୍ମଚାରୀ ନିଷ୍ଠାର ସହ ନିଜ ନିଜର ଦାୟିତ୍ୱ ସମ୍ପାଦନ କରିବାକୁ ଶ୍ରୀ ପହି ଆହ୍ୱାନ ଦେଇଥିଲେ । ସମବାୟ ସମିତି ଓ ଲ୍ୟାମ୍ପ ମାନଙ୍କର ଚାଟାର୍ଡ ଆକାଉଣ୍ଟ ଦ୍ୱାରା ଅଡିଟ୍‌‌ କରାଯିବ ବୋଲି ସୂଚନା ପ୍ରଦାନ ଅବସରରେ ବ୍ୟାଙ୍କ ମୁଖ୍ୟାଳୟ ପରିସରରେ ୧୪କୋଟିରୁ ଅଧିକ ଟଙ୍କା ବ୍ୟୟରେ ବ୍ୟାଙ୍କର ଏକ ନୂତନ କୋଠା ନିର୍ମାଣ ପ୍ରସ୍ତାବକୁ ସଭାରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତାବୃନ୍ଦ ସ୍ୱାଗତ କରିଥିଲେ । କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବୀନ୍ଦ୍ରନାଥ କାଲୁଣ୍ଡିଆ ୨୦୨୨-୨୩ ଆର୍ଥୀକ ବର୍ଷର ଅଡିଟ୍‌‌ ରିପୋର୍ଟକୁ ପଠନ କରିଥିବା ବେଳେ ଏହା ସର୍ବସମ୍ମତିକ୍ରମେ ଅନୁମୋଦନ ଲାଭ କରିଥିଲା। କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଉପସଭାପତି ରଶ୍ମୀରେଖା ଚକ୍ର, ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ବୋର୍ଡ ସଦସ୍ୟ ଦେବପ୍ରିୟ ପାତ୍ର, ଉପନିବନ୍ଧକ ସମବାୟ ସମିତି ସମୂହ କେନ୍ଦୁଝର ଶୁଭ୍ରକାନ୍ତି ତୁଙ୍ଗ, ନାବାର୍ଡ ଡିଡିଏମ୍‌‌ ଦିପ୍ତୀକାନ୍ତ ମଲ୍ଲିକ, ସହକାରୀ ଉପନିବନ୍ଧକ ଆନନ୍ଦପୁର ଅଜୟ କୁମାର ସେଠୀ ଓ କେନ୍ଦୁଝରର ପ୍ରଭାକର ନାଏକ, ସହକାରୀ ଜିଲା ମୁଖ୍ୟ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ଜିଲା ସମବାୟ ସଂଘ ସଭାପତି ଅଟଳ ବିହାରୀ ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସମବାୟ ବ୍ୟାଙ୍କର ବିଭିନ୍ନ ଆଭିମୁଖ୍ୟ ଓ ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ସଭାରେ ଜିଲାର ୧୩୭ଟି ପ୍ରାଥମିକ କୃଷି ସମବାୟ ସମିତିର ପ୍ରତିନିଧି, ୫୭ଟି ସମବାୟ ସଂସ୍ଥାର ପ୍ରତିନିଧି ଯୋଗଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଅତିଥିଗଣଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଥିଲେ। କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ସନ୍ତୋଷ ମିଶ୍ର, ତାରିଣୀ ପ୍ରସାଦ ଦାଶ, ପ୍ରଦୀପ କୁମାର ମହାନ୍ତି, ସବିତାରାଣୀ ମିଶ୍ର, ବିବେକ ପାତ୍ର, ସୁନୀଲ ଘଣା, ମଧୁସ୍ମୀତା ମହାନ୍ତି, ରମେଶ ନାଏକ, ରାଇଟର ମାଝୀ, କିଶୋର ପଟ୍ଟନାୟକ, ସନ୍ତୋଷ ମହାନ୍ତ, ପ୍ରଶାନ୍ତ କୁମାର ରାଜ, ଗୋଲେଖ ହାଇବୁରୁ, ଐଶ୍ୱର୍ଯ୍ୟା ପାଣି ଓ ବିକାଶ ନାଏକ ପ୍ରମୁଖ ସଭା ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ସଭା ପ୍ରାରମ୍ଭରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କାଲୁଣ୍ଡିଆ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ସମବାୟ ବ୍ୟାଙ୍କ ପରିଚାଳକ ଆଲୋକ ବଳ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories