କାଠମାଣ୍ଡୁ : ନେପାଳର ପୋଖଡାରେ ଶୁକ୍ରବାର ହୋଇଥିବା ଏକ ଭୂସ୍ଖଳନରେ ୨ଟି ଯାତ୍ରୀବାହୀ ବସ୍ ଭାସିଯାଇଛି । ନାରାୟଣଘାଟ-ମୁଗଲିଂ ସଡକ ଖଣ୍ଡର ସିମଲତାଲରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ୨ଟି ବସରେ ସମୁଦାୟ ୬୬ ଜଣ ସବାର ଥିଲେ । ଏଥିରୁ ୩ ଜଣ ବସରୁ କୁଦି ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଡ୍ରାଇଭର ସମେତ ସମୁଦାୟ ୬୩ ଜଣ ନିଖୋଜ ଥିବା ଜଣାପଡିଛି । ନେପାଳ ସରକାର ସମସ୍ତ ସରକାରୀ ଏଜେନ୍ସିଙ୍କୁ ଯାତ୍ରୀଙ୍କ ସନ୍ଧାନ ଓ ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
Popular Categories



