www.samajalive.in
Saturday, December 6, 2025
19.1 C
Bhubaneswar

ବିବାଦୀୟ ଆଇଏଏସ ଅଧିକାରୀଙ୍କ ଅଡିର କଟିଛି ୨୧ ଚାଲାଣ, ପୈଠ ହୋଇନି ଜରିମାନା

ସମାଜ ଡିଜିଟାଲ ଡେସ୍କ: ଅଡି କାରରେ ନାଲିବତୀ ଲଗାଇ ବିବାଦ ଘେରକୁ ଆସିଥିବା ଭାରତୀୟ ପ୍ରଶାସନିକ ସେବା (ଆଇଏଏସ)ର ଶିକ୍ଷାନବିସ ଅଧିକାରୀ ପୂଜା ଖେଡକରଙ୍କ ଗାଡ଼ିର ୨୧ଟି ଚାଲାଣ କଟିଛି। ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ଏସବୁ ଚାଲାଣ କଟାଯାଇଛି, ହେଲେ ସେ କୌଣସି ଚାଲାଣର ଜରିମାନା ଅର୍ଥ ପଇଠ କରି ନ ଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି।

ନିଜ ଅଡି କାରରେ ନାଲିବତୀ ଲଗାଇଥିବା ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ହୋଇଥିବା ପୂଜା ଖେଡକର ଅନ୍ୟ ଜଣେ ସହକର୍ମୀଙ୍କ କାର୍ଯ୍ୟାଳୟ କୋଠରି ମାଡ଼ି ବସିଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ପୂଜାଙ୍କର ଗୋଟିଏ ପରେ ଗୋଟିଏ​‌ ବେଆଇନ କାର୍ଯ୍ୟକଳାପ ସାମ୍ନାକୁ ଆସିବାରେ ଲାଗିଛି। କୋଟିପତି ପରିବାରର ହୋଇ ବି ସେ ଓବିସି(ଅନ୍ୟାନ୍ୟ ପଛୁଆ ବର୍ଗ) କୋଟା ଏବଂ ଦୃଷ୍ଟିବାଧିତଙ୍କ ପାଇଁ ରହିଥିବା କୋଟାରେ ଆଇଏଏସ ଚାକିରି ପାଇଛନ୍ତି। ତେବେ ଦ୍ରୁତଗତିରେ ଗାଡ଼ି ଚାଳନା କରିବା, ଟ୍ରାଫିକ ସିଗନାଲ ନ ମାନିବା, ପୁଲିସ ଗାଡ଼ି ଅଟକାଇବା ସତ୍ବେ ନ ରହିବା ଭଳି ଅଭିଯୋଗରେ ଉକ୍ତ ଗାଡ଼ି ନାମରେ ଚାଲାଣ କଟିଛି। ଅନ୍ୟପଟେ ଉକ୍ତ ଅଡି କାରକୁ ଏହି ଅଧିକାରୀ ଜଣକ ବ୍ୟବହାର କରୁଥିବାବେଳେ ଗାଡ଼ିଟି ଥର୍ମୋଭେରିଟା ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ ନାମକ କମ୍ପାନୀ ନାମରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories