www.samajalive.in
Saturday, December 6, 2025
17.1 C
Bhubaneswar

ଭାରତରୁ ୟୁରୋପକୁ ଡିଜେଲ ରପ୍ତାନି ୪ଗୁଣ ବୃଦ୍ଧି

ନୂଆଦିଲ୍ଲୀ : ଭାରତରୁ ୟୁରୋପକୁ ଡିଜେଲ ରପ୍ତାନି ପରିମାଣ ଜୁନ୍‌ରେ ୪ଗୁଣ ବଢ଼ିଛି। ଜୁନ୍‌ରେ ଭାରତୀୟ ତୈଳ ବିଷୋଧନକାରୀ ପ୍ରତିଦିନ ୟୁରୋପକୁ ୧୧୯,୪୦୦ ବ୍ୟାରେଲ ଡିଜେଲ ରପ୍ତାନି କରିଛନ୍ତି। ଅନ୍ୟପକ୍ଷରେ ମେ’ରେ ପ୍ରତିଦିନ ୨୪,୫୦୦ ବ୍ୟାରେଲ ରପ୍ତାନି ହୋଇଥିଲା। ତେବେ ଏହି ଅଭିବୃଦ୍ଧି ପରେ ମଧ୍ୟ ଭାରତର ସାମଗ୍ରିକ ଡିଜେଲ ରପ୍ତାନି ୪% ହ୍ରାସ ପାଇଛି। ଜୁନ୍‌ରେ ଭାରତ ପ୍ରତିଦିନ ମୋଟ ୪୮୨,୪୦୦ ବ୍ୟାରେଲ ରପ୍ତାନି କରିଛି। ଅନ୍ୟପକ୍ଷରେ ୨୦୨୨ ଫେବୃଆରୀରେ ରୁଷ ୟୁକ୍ରେନ୍‌ ଯୁଦ୍ଧ ପରେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ମସ୍କୋରୁ ତୈଳ ଆମଦାନୀ ଉପରେ କଟକଣା ଲାଗୁ କରିବା ପରେ ରୁଷ ରିହାତି ମୂଲ୍ୟରେ ଅଶୋଧିତ ତୈଳ ଦେବା ଆରମ୍ଭ କରିଥିଲା। ତୈଳ ଭାରତ ଏବଂ ରୁଷ୍‌ ମଧ୍ୟରେ ବାଣିଜ୍ୟିକ ସମ୍ପର୍କର ଏକ ପ୍ରମୁଖ ଦ୍ରବ୍ୟ ହୋଇଥିବା ବେଳେ ମସ୍କୋ ନୂଆଦିଲ୍ଲୀର ସର୍ବୋଚ୍ଚ ତୈଳ ଯୋଗାଣକାରୀ ଭାବରେ ଉଭା ହୋଇଥିଲା। ରୁଷ୍‌ ରିଆତି ଦରରେ ଭାରତୀୟ ତୈଳ ବିଶୋଧନକାରୀଙ୍କୁ ତେଲ ରପ୍ତାନି କରିଥିଲା। ଏହି ରିଆତି ଫଳରେ ୨୦୨୨ ଫେବୃଆରୀରୁ ୨୦୨୪ ମେ’ ମଧ୍ୟରେ ଭାରତୀୟ ତୈଳ ବିଶୋଧନକାରୀ ପ୍ରାୟ ୧ ହଜାର ୫୦ କୋଟି ଡଲାର ମୂଲ୍ୟ ବଞ୍ଚାଇ ପାରିଛନ୍ତି।

ଭାରତୀୟ ତୈଳ ବିଶୋଧନକାରୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଏବଂ ରୋଜନେଫ୍ଟ ସମର୍ଥିତ ନାୟରା ଏନର୍ଜି ମୁଖ୍ୟତଃ ପୂର୍ବ ଓ ପଶ୍ଚିମ ବଜାରକୁ ଡିଜେଲ, ପେଟ୍ରୋଲ ଓ ଜେଟ୍‌ ଇନ୍ଧନ ରପ୍ତାନି କରିଥାନ୍ତି। ମୁଖ୍ୟତଃ ଚାହିଦା ଓ ମୂଲ୍ୟକୁ ନେଇ କେଉଁ ଦେଶକୁ ତେଲ ରପ୍ତାନି କରିବେ ତାହା ବିଶୋଧନକାରୀ ଚୂଡ଼ାନ୍ତ କରିଥାନ୍ତି। ଜୁନ୍‌ରେ ୟୁରୋପକୁ ଡିଜେଲ ରପ୍ତାନି ୪ଗୁଣ ବଢ଼ିଥିବା ବେଳେ ଏସିଆକୁ ରପ୍ତାନି ୧୦% କମି ପ୍ରଦିଦିନ ୧୦୭,୮୦୦ ବ୍ୟାରେଲରେ ପହଞ୍ଚିଛି। ସେହିପରି ଆଫ୍ରିକାକୁ ରପ୍ତାନି ୩୦% କମିଛି। ଅନ୍ୟପକ୍ଷରେ ଭାରତର ସାମଗ୍ରିକ ବିଶୋଧିତ ତୈଳ ରପ୍ତାନି ଜୁନ୍‌ରେ ୫% କମିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୟୁକ୍ରେନ ଯୁଦ୍ଧ ପରେ ମୂଲ୍ୟ ବୃଦ୍ଧି ହେତୁ ଡିଜେଲ ରପ୍ତାନିରୁ ଭାରତୀୟ ବିଶୋଧନକାରୀ ୨ ହଜାର ୯ଶହ କୋଟି ଡଲାର ମୂଲ୍ୟର ରାଜସ୍ବ ଆୟ କରିଥିଲେ। ତେବେ ୨୦୨୪ ଆର୍ଥିକ ବର୍ଷରେ ବଜାର ସ୍ଥିର ହେବା ପରେ ଏହା ୨ ହଜାର ୨ଶହ କୋଟି ଡଲାରକୁ ଖସିଆସିଛି।

୧୦ ବର୍ଷରେ ସୃଷ୍ଟି ହୋଇଛି ୧୨ କୋଟି ନିଯୁକ୍ତି – ବିଜେପି

- Advertisement -

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories