www.samajalive.in
Saturday, December 6, 2025
15.1 C
Bhubaneswar

ବୌଦ୍ଧ ଜିଲାରେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା, ବେଆଇନ ଲିଙ୍ଗ ନିରୁପଣ ରୋକିବାକୁ ପ୍ରଶାସନର ପ୍ରୟାସ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ବେଆଇନ ଲିଙ୍ଗ ନିରୁପଣ ରୋକିବା ପାଇଁ ଜିଲ୍ଲା ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳ ଜେ. ସୋନାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବେଆଇନ ଲିଙ୍ଗ ନିରୁପଣ ରୋକିବା ପାଇଁ କାର୍ଯ୍ୟକାରୀ ହୋଇଥିବା ଆଇନ ୧୯୯୪ରୁ ଲାଗୁ କରାଯାଇଛି ।  ବୌଦ୍ଧ ଜିଲ୍ଲାରେ ୪ଟି ପଞ୍ଜୀକୃତ ଅଲଟ୍ରାସାଉଣ୍ଡ କେନ୍ଦ୍ର କାର୍ଯ୍ୟ କରୁଛି । ଏହାବ୍ୟତୀତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ ଅଲଟ୍ରାସାଉଣ୍ଡ ସେବା ଯୋଗାଇ ଦିଆଯାଉଅଛି । ସର୍ବେକ୍ଷଣ ଅନୁଯାୟୀ ବୌଦ୍ଧ ଜିଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମିବାରେ ଲାଗିଛି । ଏପ୍ରିଲ ୨୦୨୩ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ଜିଲାରେ ନବ ଜନ୍ମିତ ଝିଅଙ୍କ ସଂଖ୍ୟା ପୁଅ ତୁଳନାରେ କମ ରହିଥିବାବେଳେ ଏହାର କାରଣ ସଂପର୍କରେ ଅନୁଧ୍ୟାନ କରିବାକୁ ଓ ଝିଅଙ୍କ ସଂଖ୍ୟା କିପରି ବୃଦ୍ଧି କରାଯାଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ଜିଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଚିକିତ୍ସାଳୟଗୁଡିକରେ ମାଗଣା ଅଲଟ୍ରାସାଉଣ୍ଡ ଉପଲବ୍ଧ କରାଇବା, ଆଶା ଓ ଅଙ୍ଗନବାଡି କର୍ମୀମାନେ ପ୍ରତ୍ୟେକ ଘରକୁ ଯାଇ ଦମ୍ପତିମାନଙ୍କୁ ଉପଯୁକ୍ତ ପରାମର୍ଶ ଓ ତାଲିକାଭୁକ୍ତ କରାଇବା, ସ୍ୱାସ୍ଥ୍ୟ ଟିମ ଗଠନ କରାଯାଇ ଅଲଟ୍ରାସାଉଣ୍ଡ କେନ୍ଦ୍ରଗୁଡିକ ନିରୀକ୍ଷଣ କରିବା ଏବଂ କଣ୍ଟାମାଳ ବ୍ଲକର ରୋଗୀମାନଙ୍କୁ ନିକଟ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ମାଗଣା ଅଲଟ୍ରାସାଉଣ୍ଡ ସୁବିଧା ଯୋଗାଇଦେବାକୁ ବୌଦ୍ଧ ଜିଲାପାଳ ଚିଠି ମାଧ୍ୟମରେ ସୁବର୍ଣ୍ଣପୁର ଜିଲାପାଳଙ୍କୁ ଜଣାଇଥିବା ବୈଠକରେ ସୂଚନା ଦିଆଯାଇଥିଲା ।  ବେସରକାରୀ କ୍ଲିନିକଗୁଡିକ ଉପରେ ନଜର ରଖିବା ସହିତ  ଲିଙ୍ଗ ନିରୁପଣ ଆଇନ ଉଲ୍ଲଂଘନ କରାଯାଉଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶେଷରେ ଜିଲା ମୁଖ୍ୟ ଚିକିତ୍ସାଳୟର ଅଧ୍ୟକ୍ଷା ଡା. ସଂଘମିତ୍ରା ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିବାବେଳେ ସହକାରୀ ପରିଚାଳକ (ଆଇନ ସଂପର୍କିତ) ସୌମ୍ୟରଞ୍ଜନ ମଲ୍ଲିକ କାର୍ଯ୍ୟକ୍ରମ ପରଚାଳନା କରିଥିଲେ। ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବି.କେ.ଆର.ସି ଦେଓ ହେମ୍ବ୍ରମ, ଡି.ପି.ଏଚ.ଓ ଡା. ମଦନ ମୋହନ ପ୍ରଧାନ, ଡା. ପ୍ରଦୋଷ ମହାପାତ୍ର, ଜିଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର, ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ଗୋପାଳ ଚରଣ ମଲ୍ଲିକ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲା କାର୍ଯ୍ୟକ୍ରମ ପରିଚାଳକ ରୂପକ କୁମାର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories