www.samajalive.in
Monday, December 15, 2025
17.1 C
Bhubaneswar

କାଶ୍ମୀରରେ ୩ ଏନକାଉଣ୍ଟର, ୬ ଆତଙ୍କବାଦୀ ନିହତ

ଶ୍ରୀନଗର: କାଶ୍ମୀର ଘାଟିରେ ଗୁରୁବାର ଭିନ୍ନ ଭିନ୍ନ ସ୍ଥାନରେ ୩ଟି ଏନକାଉଣ୍ଟର ଘଟିଛି। ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଯୋଗୁ ୬ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ସହ ଜଣେ ଯବାନ ଶହୀଦ ହୋଇଛନ୍ତି। ନିହତ ଅତାଙ୍କୀଙ୍କ ମଧ୍ୟରେ ଜଣେ ଜୈଶ ସଂଗଠନର କମାଣ୍ଡର ରହିଛି। ସେ ଲେଥପୋରାରେ ସିଆରପିଏଫ କ୍ୟାମ୍ପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା।

ଗୁରୁବାର ପ୍ରଥମେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲା ଅନ୍ତର୍ଗତ ଡାଲିପୋରା ଗାଁରେ ଏନକାଉଣ୍ଟର ହୋଇଥିଲା। ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ଅପରାହ୍ନ ୩ଟାରେ ସେନାର ୫୫ ରାଷ୍ଟ୍ରୀୟ ରାଇଫଲ୍ସ, ସିଆରପିଏଫ ଏବଂ ଏସଓଜି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଏହି ସମୟରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏଥିରେ ହରିୟାଣାର ଜଣେ ଯବାନ ସନ୍ଦୀପ ଶହୀଦ ହୋଇଥିଲେ ଏବଂ ଅନ୍ୟ ୨ ଜଣ ଆହତ ହୋଇଥିଲେ। ପରେ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦିଆଯାଇଥିଲା ଏବଂ ଯବାନଙ୍କ ଗୁଳିରେ ୩ ଆତଙ୍କୀ ନିହତ ହୋଇଥିଲେ। ସେମାନଙ୍କ ନାମ ହେଉଛି ପୁଲୱାମାର ନସୀର ପଣ୍ଡିତ, ସୋପିଆନର ଉମର ମୀର ଏବଂ ପାକିସ୍ତାନର ଖାଲିଦ। ଖାଲିଦ ଲେଥପୋରାରେ ହୋଇଥିବା ସିଆରପିଏଫ କ୍ୟାମ୍ପ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା।

- Advertisement -

ସେହିପରି ସୋପିଆନ ଜିଲାର ହଣ୍ଡେୱ ଗାଁରେ ଯବାନ ଏବଂ ଆତଙ୍କବାଦୀମାନେ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏଥିରେ ମଧ୍ୟ ୩ ଆତଙ୍କୀ ନିହତ ହୋଇଥିଲେ। ଏହାବ୍ୟତୀତ କୁପୱାଡାରେ ଗୁଳିବିନିମୟ ବେଳେ ଆତଙ୍କବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories