www.samajalive.in
Monday, December 15, 2025
14.1 C
Bhubaneswar

ଅନଲକ୍ ୧.୦: ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ୬ ସ୍ବତନ୍ତ୍ର ଟ୍ରେନ୍, ୯୬ ସରକାରୀ ବସ୍

ଭୁବନେଶ୍ବର: ଲକ୍ଡ଼ାଉନ ୪ର୍ଥ ପର୍ଯ୍ୟାୟ ଶେଷ ପରେ ଆରମ୍ଭ ହୋଇଥିବା ଅନଲକ-୧.୦ ଗତ ୧ ତାରିଖଠାରୁ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ଜୁନ୍ ୮ ତାରିଖରୁ କୋହଳ ଆଉଟିକିଏ କୋହଳ କରାଯାଉଛି ଏବଂ ଏହିକ୍ରମରେ ରାଜ୍ୟଭିତରେ ଆସନ୍ତାକାଲିଠାରୁ ୬ଟି ସ୍ବତନ୍ତ୍ର ଟ୍ରେନ୍ ଓ ରାଜ୍ୟ ପରିବହନ ନିଗମର ୯୬ ବସ୍ ଚଳାଚଳ କରିବ ।

ଭୁବନେଶ୍ୱରରୁ ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଓ ରାଉରକେଲାକୁ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ମଧ୍ୟରେ ଏହି ୬ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ବୋଲି ସୂଚନା ମିଳିଛି । ସେହିପରି  ଭୁବନେଶ୍ୱର-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍‌ ସମ୍ବଲପୁର, ଟିଟିଲାଗଡ଼ ଓ ରାୟଗଡ଼ା ଦେଇ ଚଳାଚଳ କରିବ। ଏହି ଟ୍ରେନଟି ସପ୍ତାହକୁ ୩ ଦିନ ଚଳାଚଳ କରିବ। ଅନ୍ୟ ୫ଟି ସ୍ପେଶାଲ୍ ଟ୍ରେନ୍ କେବଳ  ଶନିବାର ଓ ରବିବାରକୁ ଛାଡ଼ି ଅନ୍ୟ ୫ ଦିନ ଯିବା ଆସିବା କରିବ। ଏହି ଟ୍ରେନ୍ ନିମନ୍ତେ ସ୍ଥାନୀୟ ଟିକେଟ୍ ସଂରକ୍ଷିତ କାଉଣ୍ଟର, ଆଇଆରସିଟିସି ୱେବସାଇଟରୁ ମିଳିବ ଏବଂ କେବଳ କନଫର୍ମ ଟିକେଟ ଥିଲେ ଯାତ୍ରା ନିମନ୍ତେ ଅନୁମତି ମିଳିବ ।

- Advertisement -

ଅନ୍ୟପକ୍ଷରେ ରାଜ୍ୟରେ ୬୬ଟି ରୁଟରେ ବସ୍ ଚଳାଚଳ କରିବ । ରାଜଧାନୀ ଭୁବନେଶ୍ବରରୁ ୨୨ଟି ସହରକୁ ଗାଡ଼ି ଯାତାୟତ କରିବ । ବସରେ ଯେତିକି ସିଟ୍ ସେତିକି ଯାତ୍ରୀ ଯିବେ । କୌଣସି ଯାତ୍ରୀଙ୍କୁ ଠିଆ କରି ନେବା ପାଇଁ ଅନୁମତି ନାହିଁ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories