www.samajalive.in
Sunday, December 14, 2025
19.1 C
Bhubaneswar

କୋଭିଡ-୧୯ ପରିଚାଳନାରେ ଅବ୍ୟବସ୍ଥା, ଫେରୁଛନ୍ତି ପ୍ରବାସୀ ଓଡିଆ ଶ୍ରମିକ

କଲମପୁର: କରୋନା ଭୁତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ଦିଗରେ ପ୍ରଶାସନ ପ୍ରଥମ ପର୍ଯ୍ୟାୟରେ ଯେତେ ତତ୍ପରତା ଦେଖାଇଥିଲା ତାହା କ୍ରମେ ଢିଲା ହେବାରେ ଲାଗିଛି। ଯେଉଁଥିପାଇଁ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। କଳାହାଣ୍ଡି ଜିଲା କଲମପୁର ବ୍ଲକ ଅଧିନସ୍ଥ ବଡକୁଟୃ ପଂଚାୟତ ଅନ୍ତର୍ଗତ ସାନକୁଟୃ ଗ୍ରାମର ଜାମ୍ବବାନ ଚନ୍ଦନ, ଉଦୟ ପାତ୍ର, ସୁମନ୍ତ ଦଣ୍ଡସେନା, ଲଲିତ ନାଏକ ଓ ରୁଦ୍ର ପ୍ରସାଦ ମାଝୀ ପ୍ରମୁଖ ୫ ଜଣଙ୍କ ସମେତ ମିନଗୁର ପଂଚାୟତ ଦେର୍ଲାପଡାର ଚନ୍ଦ୍ର ଶବର ଓ ଜୟଲାଲ ଶବର ପ୍ରମୁଖ ଶ୍ରମିକମାନେ ନିଜ ଗାଁକୁ ଫେରିବା ପାଇଁ ଏମାନେ ନିଜ ନାମ ପଞ୍ଜିକରଣ କରିଥିଲେ। ଗତ ଦୁଇ ଦିନ ତଳେ ଏକ ଚେନାଇରୁ ଆସିଥିବା ଶ୍ରମିକ ସ୍ୱତନ୍ତ୍ର ରେଳ ଯୋଗେ ବ୍ରହ୍ମପୁର ଠାରେ ପହଂଚି ଥିଲେ। କିନ୍ତୁ ବ୍ରହ୍ମପୁରଠାରୁ କଳାହାଣ୍ଡି ଆସିବା ପାଇଁ ସେମାନଙ୍କ ଯାତାୟତର କୌଣସି ବ୍ୟବସ୍ଥା ହେଇନଥିବାରୁ ନିଜସ୍ୱ ଖର୍ଚ୍ଚରେ ଶତାଧିକ ଶ୍ରମିକ ଏକ ବସଯୋଗେ ଶନିବାର ବିଳମ୍ବିତ ରାତିରେ ଜୁନାଗଡ ଠାରେ ପହଂଚି ଥିଲେ। ସେଠାରୁ ଅନ୍ୟ କୌଣସି ଉପାୟ ନପାଇ ଏହି ୭ ଜଣ ଶ୍ରମିକ ଦୀର୍ଘ ୪୦ କିଲୋମିଟର ଚାଲି ଚାଲି ନିଜ ଗାଁ ସୀମାରେ ପହଂଚି ଥିଲେ। ଏନେଇ ପଂଚାୟତର ଜିଲାପାଳ କ୍ଷମତା ଧାରୀ ସରପଂଚ, ବ୍ଲକ ପ୍ରଶଆସନର ମୁଖ୍ୟ ବି.ଡି.ଓ ପ୍ରମୁଖଙ୍କ ନିକଟରେ ସୁଚନା ଥିଲେ ମଧ୍ୟ ଦୀର୍ଘ ସମୟ ଧରି ଏମାନଙ୍କୁ କୌଣସି ସହାୟତା ମିଳିନଥିଲା। ଫଳରେ ୪୦ ଡିଗ୍ରୀର ଉତ୍ତାପ ସତ୍ୱେ ଶ୍ରମିକ ମାନେକମଳ ନଦୀ ପୋଲ ତଳେ ଆଶ୍ରୟ ନେଇଥିଲେ।

ଏନେଇ ଆମ ପ୍ରତିନିଧି ସୁଚନା ପାଇବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଂଚିବା ସହ ବି.ଡି.ଓ ହେମ ସାଗର ଭୋଇଙ୍କ ସହ ଯୋଗାଯୋଗ କରିଥିଲେ। ଶ୍ରୀ ଭୋଇ ଏନେଇ ତାଙ୍କ ପାଖରେ ଖବର ଥିଲା ଓ ସେମାନଙ୍କ ପାଇଁ ବଡକୁଟୃ ଠାରେ ଥିବା ଅସ୍ଥାୟୀ ସଙ୍ଗରୋଧ ଶିବିରରେ ବ୍ୟବସ୍ଥା କରାଯାଇଥିବା ସୁଚନା ଦେଇଥିଲେ କିନ୍ତୁ ଉକ୍ତ ସଙ୍ଗରୋଧ ଅସ୍ଥାୟୀ ଶିବିର ପରିଚାଳନା ଦାୟିତ୍ୱରେ ଥିବା ସରପଂଚ ସ୍ୱଳ୍ପ ଲୋକଙ୍କ ପାଇଁ ଆବଶ୍ୟକ ବ୍ୟବସ୍ତା କରିବା ସମ୍ଭବ ହେଉନଥିବା ଦର୍ଶାଇ ନିରବ ରହିଯାଇଥିଲେ। ପରବର୍ତି ସମୟରେ ପଂଚାୟତର ନୋଡାଲ ଅଫିସର ଦାଇତ୍ୱରେ ଥିବା ଅଧିକାରୀ ଘଟଣା ସ୍ଥଳେର ପହଂଚି ଶ୍ରମିକମାନଙ୍କୁ ବଡକୁଟୃ ଅସ୍ଥାୟୀ ସଙ୍ଗରୋଧ ଶିବିରକୁ ନେବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ (ରାତ୍ରି ଘ ୮.୧୦ ମିନିଟ ) ସୁଦ୍ଧା ନଦୀ ପାଖରେ ଅଟକି ରହିଛନ୍ତି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories