ସନ୍ଧ୍ୟା ୬ଟା ମୁଖ୍ୟ ଖବର
ବଡ଼ ଖବର :
# ଦିଲ୍ଲୀର ନିଗମବୋଧ ଘାଟରେ ଆଜି ଅପରାହ୍ଣରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବରିଷ୍ଠ ବିଜେପି ନେତା ଅରୁଣ ଜେଟ୍ଲୀଙ୍କ ଶେଷକୃତ୍ୟ ସମ୍ପନ୍ନ।
# ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଯାତ୍ରା ।
# ସମାଜସେବା ହିଁ ରାଷ୍ଟ୍ରପିତା ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀରେ ତାଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ’ମନ କୀ ବାତ୍’ ରେ ମୋଦୀଙ୍କ ଆହ୍ୱାନ..
– ଆସନ୍ତାମାସ ୧୧ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହେବ “ପ୍ଲାଷ୍ଟିକ୍ ମୁକ୍ତ ଭାରତ” ଅଭିଯାନ,ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି।
– ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ’ ଫିଟ୍ ଇଣ୍ଡିଆ ଅଭିଯାନ’
# ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୪ ଜଣଙ୍କର ମୃତ୍ୟୁ ଘଟିଛି।
# ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ଜିଲାରେ ସ୍ୱଳ୍ପ ଓ ଅନ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି
ଆଞ୍ଚଳିକ:
# ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୪ ଜଣଙ୍କର ମୃତ୍ୟୁ ଘଟିଛି।
# ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ କଟଙ୍ଗିଡିହି ଗ୍ରାମରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି
# ଗୋଟିଏ ଘଣ୍ଟାରେ ଏକଲକ୍ଷ ଚାରା ରୋପଣ କରି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଆଜି ଏକ ରେକର୍ଡ ସୃଷ୍ଟି କରିପାରିଛି। ବିଚାର ବିଭାଗ, ଜଙ୍ଗଲ ବିଭାଗ ଓ ସାମାଜିକ-ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକର ସହଯୋଗରେ ସମୂହ ଚାରା ରୋପଣ କରାଯାଇଛି।
# ପୁରୀରେ ପୁଲିସ ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଦିବାନା ବେହେରା ଆହତ ହୋଇଛି। ତା’ର ଡାହାଣ ଗୋଡ଼ ଆଣ୍ଠୁ ତଳେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
# ଝାରସୁଗୁଡ଼ା ବାଇପାସ ବେହେରାପାଟ ଅନ୍ତର୍ଗତ ଏକ ହୋଣ୍ଡା ସୋ’ ରୁମ୍ରୁ ୯ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି
# ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ଜିଲାରେ ସ୍ୱଳ୍ପ ଓ ଅନ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା
# ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ପୁରୀ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
# ଗଞ୍ଜାମର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କାଞ୍ଜିଆମା ଗାଁ ନିକଟ ଋଷିକୁଲ୍ୟା ନଦୀରେ ଭାସିଯାଇ ଜଣେ ନାବାଳିକା ନିଖୋଜ ଥିବା ଜଣାପଡ଼ିଛି।
# ସ୍ୱିଜରଲ୍ୟାଣ୍ଡର ବାସେଲରେ ଚାଲିଥିବା ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ରେ ଓଡିଆ ପୁଅ ପ୍ରମୋଦ ଭଗତଙ୍କୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ସିଙ୍ଗଲ୍ସ ଫାଇନାଲରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ୬-୨୧,୨୧-୧୪,୨୧-୫ ରେ ହରାଇ ପ୍ରମୋଦ ଭଗତ ଚାମ୍ପିଅନ ହୋଇଛନ୍ତି।
ଜାତୀୟ:
# ’ମନ କୀ ବାତ୍’ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ
# ସମାଜସେବା ହିଁ ରାଷ୍ଟ୍ରପିତା ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀରେ ତାଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି
# ଆସନ୍ତାମାସ ୧୧ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହେବ “ପ୍ଲାଷ୍ଟିକ୍ମୁକ୍ତ ଭାରତ” ଅଭିଯାନ, ସହଯୋଗ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି।
# ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ’ ଫିଟ୍ ଇଣ୍ଡିଆ ଅଭିଯାନ’
# ଦିଲ୍ଲୀର ନିଗମବୋଧ ଘାଟରେ ଆଜି ଅପରାହ୍ଣରେରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବରିଷ୍ଠ ବିଜେପି ନେତା ଅରୁଣ ଜେଟ୍ଲୀଙ୍କ ଶେଷକୃତ୍ୟ ସମ୍ପନ୍ନ
# ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଜମ୍ମୁ-କାଶ୍ମୀରର ପୁଲିସ୍ ମହାନିର୍ଦ୍ଦେଶକ ଦିଲ୍ବାଗ ସିଂହ କହିଛନ୍ତି, ରାଜ୍ୟର ସବୁ ଜିଲ୍ଲାରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
# ବି.ଡବ୍ଲ୍ୟୁ.ଏଫ୍. ବିଶ୍ୱ ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ ଫାଇନାଲ୍ରେ ଭାରତର ପି.ଭି. ସିନ୍ଧୁ ଓ ଜାପାନ୍ର ନୋଜୋମି ଓକୁହାରାଙ୍କ ମଧ୍ୟରେ ମୁକାବିଲା
ଆନ୍ତର୍ଜାତୀୟ:
# ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଯାତ୍ରା ।
# ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନର ରାଷ୍ଟ୍ରପତି ଆରଫ ଆଲଭୀ ଚେତାବନୀ ଦେଇ କହିଛନ୍ତି, ଭାରତ ଧାରା ୩୭୦ ଉଚ୍ଛେଦ କରି ନିଆଁ ସହିତ ଖେଳ ଖେଳୁଛି
# ଇରାକରେ ଆଇଏସଆଇଏସ ମୋଟାର ଆକ୍ରମଣ, ୬ଜଣଙ୍କର ମୃତ୍ୟୁ
Comments are closed.