bjd gruha runa

ସନ୍ଧ୍ୟା ୬ଟା ମୁଖ୍ୟ ଖବର

BJD Bijuli 480×75 Mob

ଭୁବନେଶ୍ବର ଆକାଶରେ ଦେଖାଗଲା ଆଂଶିକ ଚନ୍ଦ୍ର ଗ୍ରହଣ.. ପଠାଣି ସାମନ୍ତ ପ୍ଲାନେଟାରିୟମରେ ଧାଡ଼ିରେ ଆସି ଆଂଶିକ ଚନ୍ଦ୍ରଗ୍ରହଣ ଦେଖୁଛନ୍ତି ଦର୍ଶକ..

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌‌ ଜଳବାୟୁ ସମ୍ମିଳନୀ କପ୍‌‌-୨୭ରେ ସତର୍କ କରାଇ କହିଛନ୍ତି ଦେଶଗୁଡ଼ିକ ନିଜ ନିଜ ମଧ୍ୟରେ ସହଯୋଗ ରକ୍ଷା କରନ୍ତୁ.. ନଚେତ ପରିଣାମ ପାଇଁ ପ୍ରସ୍ତୁତ ରୁହନ୍ତୁ..

ଇଜିପ୍ଟରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଗରିବ ଦେଶଗୁଡ଼ିକ ବିଶ୍ୱ ତାପମାନ ବୃଦ୍ଧି ଯୋଗୁଁ ସହୁଥିବା କ୍ଷତି ଭରଣା କରିବା ଲାଗି ନିଷ୍ପତ୍ତି ହୋଇଛି.. ପ୍ରଥମଥର ପାଇଁ ଏନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି..

ରାଜଧାନୀର ରାଜରାସ୍ତାରେ ମଙ୍ଗଳବାର ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଦଣ୍ଡବତ ଯାତ୍ରା କରାଯାଇଛି.. ୧୧ ଦଫା ଦାବିରେ ଆନ୍ଦୋଳନରତ ଚାଳକମାନେ ଧାରଣା ସ୍ଥଳରେ ଏକାଠି ହୋଇ ପ୍ରତିବାଦ କରିଛନ୍ତି.. ଏଥିପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଶହଶହ ଗାଡ଼ି ଚାଳକ..

ପାରିବାରିକ କଳହର କରୁଣ ପରିଣତି.. ଭାଇର ତଣ୍ଟି ଚିପି ହତ୍ୟାକଲା ଭାଇ.. ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକ କନ୍ଦେଇ ପଞ୍ଚାୟତରେ ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି.. ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି..

ଚନ୍ଦ୍ରଗ୍ରହଣ ପାକତ୍ୟାଗକୁ ନେଇ ପୁଣି ମୁହାଁମୁହିଁ ହେଲେ ହେତୁବାଦୀ ଓ ପରମ୍ପରାବାଦୀ.. ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ.. ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ବେଳେ ପୁଲିସର ଲାଠି ମାଡ଼.. ହେତୁବାଦୀଙ୍କ ପକ୍ଷରୁ ସାମୂହିକ ଭୋଜନର ଆୟୋଜନ କରାଯାଇଥିବା ବେଳେ ପରମ୍ପରାବାଦୀମାନେ ସେମାନଙ୍କ ବ୍ୟାନର ଚିରିବା ସହ ଗୋବରମାଡ଼ କରିଛନ୍ତି..

ମଧ୍ୟପ୍ରଦେଶରେ ସୋମବାର ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା .. ଶ୍ରଦ୍ଧାଳୁମାନେ ଯାଉଥିବା ଏକ ଟ୍ରାକ୍ଟର ନଦୀରେ ଖସି ପଡି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଆହତ..

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀଙ୍କର ଆଜି ଜନ୍ମ ଦିବସ .. ତାଙ୍କୁ ୯୫ ବର୍ଷ ବୟସ ହୋଇଛି ..  ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ,  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ , କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା… ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଇଲେ ଲୋକେ… ଚନ୍ଦ୍ରଗ୍ରହଣ ପାଇଁ ୫ଟା ୩୮ ମିନିଟ୍ ପୂର୍ବରୁ ଭସାଗଲା ଡଙ୍ଗା… ସେପଟେ ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ହେଉଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି… ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ…

ଆଜିଠୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ…  ୨ବର୍ଷର କରୋନା କଟକଣା ପରେ ମହାନଦୀ ପଠାରେ ଜମିବ ଲୋକଙ୍କ ଗହଳି… ବାଲିଯାତ୍ରାରେ ଲାଗିଛି ମୋଟ ୧୨୦୦ରୁ ଊର୍ଦ୍ଧ୍ବ ଷ୍ଟଲ୍‌… ପ୍ରଶାସନ ପକ୍ଷରୁ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ… ଯୋଗଦେବେ ବଲିଉଡ ଓ ଓଲିଉଡର କଳାକାର… ସୁରକ୍ଷା ପାଇଁ ବାଲିଯାତ୍ରାରେ ୫୦ପ୍ଲାଟୁନ ଫୋର୍ସ ମୁତୟନ…

ତାତିଲାଣି ପଦ୍ମପୁର ରାଜନୀତି… ପ୍ରାର୍ଥୀ ଦେବା ନେଇ ୩ ପ୍ରମୁଖ ରାଜନୈତିକ ଦଳଙ୍କ କସରତ ଆରମ୍ଭ… ଧାମନଗର ପରେ ପଦ୍ମପୁର ଆସନ ପାଇଁ ଅଣ୍ଟା ଭିଡିଲାଣି ବିରୋଧୀ ବିଜେପି… କଂଗ୍ରେସ ମଧ୍ୟ କଷୁଛି ରାଜନୀତି ଗଣିତ… ଉପଯୁକ୍ତ ପ୍ରାର୍ଥୀ ବାଛିବାକୁ ଦ୍ୱନ୍ଦ୍ବରେ ରହିଛି ବିଜେଡି…

Comments are closed.