www.samajalive.in
Tuesday, December 9, 2025
23.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ବୁଧବାର କହିଛନ୍ତି ଯେ ଦିଲ୍ଲୀରେ ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ପାଇଁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଏବଂ ତିନି ବର୍ଷ ଜେଲ ଦଣ୍ଡ ହେବ.. ଯଦି କୌଣସି ବ୍ୟକ୍ତି ବାଣ ଫୁଟାଇବା କିମ୍ବା କିଣିବା ବେଳେ ଧରାପଡ଼ନ୍ତି, ତାହେଲେ ତାଙ୍କୁ ୨୦୦ ଟଙ୍କା ଜୋରିମାନା ସହ ୬ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ..

ଆନ୍ତର୍ଜାତିକ ସୌର ମେଣ୍ଟର ଅଧ୍ୟକ୍ଷ ପଦ ବଜାୟ ରଖିଲା ଭାରତ..

- Advertisement -

ଘୁର୍ଣ୍ଣିବଳୟ ସକ୍ରିୟ, ୨୪ ଘଂଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା..

ଲାଇମ୍‌‌ରୋଡ୍‌ ଅଧିଗ୍ରହଣ ପାଇଁ ୧୫୦ କୋଟି ନିବେଶ କରିବ ଭି-ମାର୍ଟ..

ନନ୍ଦନକାନନ ପାଚେରୀ ନିକଟରେ ୧୬ ଜଙ୍ଗଲୀ ହାତୀ.. ନନ୍ଦନକାନନ ପଛ ଗେଟ୍‌ ଦାରୁଠେଙ୍ଗ ଗାଁ ପାଖରେ ହାତୀପଲ.. ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଘଉଡ଼ାଇବାକୁ ଉଦ୍ୟମ କରୁଛି..

କଂଗ୍ରେସକୁ ମିଳିଲା ଅଣଗାନ୍ଧୀ ମୁଖିଆ.. ମଲ୍ଲିକାର୍ଜୁନ ଖଡ଼ଗେ ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚିତ.. ୯୩୮୫ ଭୋଟ୍‌ରୁ ମୋଟ୍‌ ୭୮୯୭ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି ଖଡ଼ଗେ.. ଅପରପକ୍ଷେ ୧୦୭୮ ଭୋଟ୍‌ ପାଇ ପରାଜୟ ସ୍ବୀକାର କରିଛନ୍ତି ଶଶି ଥରୁର..

ପ୍ରବର୍ତ୍ତନ ନିର୍ଦେଶାଳୟରେ(ଇଡିରେ) ହାଜର ହୋଇଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ.. ପୂର୍ବତନ ଆଇଏଫଏସ ଅଭୟ ପାଠକଙ୍କ ଅର୍ଥ କାରବାର ମାମଲାରେ ହାଜର ହୋଇଛନ୍ତି..

ଧାମନଗର ଉପନିର୍ବାଚନରେ ବିଦ୍ରୋହୀ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ ବିଜେଡିରୁ ବିଦା ହୋଇଛନ୍ତି.. ତାଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଦଳରୁ ବହିଷ୍କାର କରାଯାଇଛି..

ପୁରୀ : ଆଜି କାର୍ତ୍ତିକ – କୃଷ୍ଣ ନବମୀ ତିଥିରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି .. ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ..

କଟକ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ହାଇକୋର୍ଟଙ୍କ ଆଶ୍ୱସ୍ତି  .. ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ .. ରହିତାଦେଶ ପରେ  ବଜାୟ ରହିଲା ମୋକିମଙ୍କ ବିଧାୟକ ପଦ ..  ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ଦଣ୍ଡାଦେଶ ଦେଇଥିଲେ..

ଶ୍ରୀନଗର : ଜମ୍ମୁ-କାଶ୍ମୀର ଶୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ ; ଜଣେ ଆତଙ୍କୀ ନିହତ..

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୬୨ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କଲା ବିଜେପି..

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories